ଭୁବନେଶ୍ୱର (ଏଟିଆର ବ୍ୟୁରୋ):କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତା ମେ ୧୯ ତାରିଖ ଯାଏଁ ସାରା ରାଜ୍ୟ ବନ୍ଦ ରହିବ । ପୂର୍ବଭଳି ଶନିବାର ଏବଂ ରବିବାର ଲାଗୁଥିବା ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ । ଲକଡାଉନ ସମୟେ କେବଳ ଜରୁରୀ ସେବାକୁ ଅନୁମତି ।
ସେହିପରି ଲୋକେ ଯେପରି ଲକଡାଉନ ସମୟରେ ହଇରାଣ ନହେବେ ତାକୁ ଦୃଷ୍ଟିରେ ରଖି ସକାଳୁ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପନିପରିବା, ମାଛ, ମାଂସ, ଅଣ୍ଡା, ରାସନ ଦୋକାନ ଆସି ଖୋଲା ରହିବ । ଲୋକେ ୫୦୦ ମିଟର ଭିତରେ ଚାଲି ଚାଲି ଯାଇ ଜିନିଷ ଆଣିପାରିବେ । ସାମାଜିକ ଦୂରତା ଅବଲମ୍ବନ କରି ଜିନିଷ କିଣିବେ । କିନ୍ତୁ ସମସ୍ତ ଦୈନିକ ଏବଂ ସାପ୍ତାହିକ ହାଟ ବନ୍ଦ ରହିବ ।
ଅନ୍ୟପଟେ ଲକଡାଉନ୍ ସମୟରେ ସ୍ୱାସ୍ଥ୍ୟୃ ସେବା ସଂକ୍ରାନ୍ତୀୟ ସମସ୍ତ କାରବାର ଚାଲିବ । ସେହତପରି ବ୍ୟାଙ୍କ, ଏଟିଏମ ସେବା, ଟେଲିଫୋନ, ଇଂଟରନେଟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଡିଟିଏଚ ସେବା, ଗ୍ୟାସ ବିତରଣ ଏବଂ ପେଟ୍ରୋଲ ପମ୍ପ ଆଦି ଚାଲୁ ରହିବ ।