କଟକ (ଏଟିଆର ବ୍ୟୁରୋ): ଆଜି ସକାଳୁ କଟକ ନିର୍ଗୁଣ୍ଠି ଠାରେ ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଏଥିରେ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଠଟି ବଗି ଲାଇନଚ୍ୟୁତ ହୋଇଥିଲା । ଆହତ ମାନଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆହତଙ୍କ ଚିକିତ୍ସା ପାଇଁ ଅସ୍ଥି ଶଲ୍ୟ , ନ୍ୟୁରୋ ସର୍ଜରୀ ବିଭାଗର ବିଭିନ୍ନ ଡାକ୍ତରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଅନ୍ୟପଟେ ଆଜିର ଦୁର୍ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଅନ୍ୟପଟେ ଏହି ଦୁର୍ଘଟଣା ପରେ ଏହି ରୁଟ ଦେଇ ଯାଉଥିବା ବିଭିନ୍ନ ଟ୍ରେନର ଗତି ପଥ ପରିବର୍ତ୍ତନ କରାଯାଇଛି । ଆଜି ଯିବାକୁ ଥିବା ଭୁବନେଶ୍ୱର ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ନରାଜ ଦେଇ ଯିବ । ସେହିଭଳି ପୁରୀ ରାଉରକେଲା ପାସେଞ୍ଜର ମଧ୍ୟ ନରାଜ ଦେଇ ଯାତ୍ରା କରିବ ।