ବାଲେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାର ଲାଗିଛି । ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ଦ୍ୱାରା ବିଭିନ୍ନ ପ୍ରକାରର ପ୍ରୟାସ କରାଯାଉଛି । ଛକ ଛକ ରେ ଚେକିଙ୍ଗ କରାଯିବା ସହ ବହୁ ଜାଗାରେ ସିସିଟିଭି ଲାଗାଯାଉଛି । ତେବେ ଏତେ ସୁରକ୍ଷା ଥାଇକି ମଧ୍ୟ କିଭଳି ଅପରାଧି ମାନେ ଲୁଟ କରୁଛନ୍ତି ଥାହା ବର୍ତ୍ତମାନ ପୋଲିସ ପ୍ରଶାସନ ଉପରେ ଆଙ୍ଗୁଲି ଉଠାଇଛି । ସୂଚନା ଅନୁସାରେ ଆଜି ଜଣେ ଭିଏଲଡବଲ୍ୟୁଙ୍କ ଠାରୁ ଦୁର୍ବୃତ୍ତ ମାନେ ଟଙ୍କା ଲୁଟି ନେଇଛନ୍ତି । ଭିଏଲଡବଲ୍ୟୁ ଜଣଙ୍କ ଟଙ୍କା ନେଇ ଆସୁ ଥିବା ସମୟରେ ତାରିଣୀ ମନ୍ଦିର ରାସ୍ତା ନିକଟରେ ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କୁ ଧମକାଇବା ସହ ଜୀବନରୁ ମାରିଦେବେ ବୋଲି କହିଥିଲେ ।
ଏହା ସହ ଭିଏଲଡବଲ୍ୟୁ ଆଣି ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଟିକୁ ଲୁଟି ନେଇ ଯାଇଥିଲେ । ଏହି ବ୍ୟାଗରେ ୨ ଲକ୍ଷ ୮୭ ହଜାର ଟଙ୍କା ଥିବାର ଜଣା ପଡିଛି । ଏହି ଟଙ୍କା ଭତ୍ତା ବାବଦକୁ ଭିଏଲଡବଲ୍ୟୁ ଆଣି ଥିଲେ ବୋଲି କହିଛନ୍ତି । ତେବେ ଭିଏଲଡବଲ୍ୟୁ ଜଣଙ୍କ ଉଦଳା ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୁଟେରା ମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରୁଛି ।