ସୋର (ଏଟିଆର ବ୍ୟୁରୋ): ମାତିଛନ୍ତି ଲୁଟେରା । ଏମାନଙ୍କର ନା କାହାକୁ ଡର ଅଛି ନା ଭୟ । ଏହାସହିତ ସୋର ଅଞ୍ଚଳ ଏବେ ଲୁଟେରାଙ୍କ କାୟାସ୍ଥଳୀ ପାଲଟିଛି । ଗତ ତିନି ଦିନ ମଧ୍ୟରେ କୋଟି କୋଟି ସମ୍ପତ୍ତି ଲୁଟିବାରେ ସଫଳ ହୋଇଛନ୍ତି । ଖୁବ୍ ଆରମରେ ଏମାନେ କଳାକନା ବୁଲାଇ ଫେରାର ହେଉଛନ୍ତି । ପୋଲିସ୍ ବି ଏମାନଙ୍କୁ ଧରିବାରେ ଫେଲ୍ ମାରିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ମାତ୍ର ସବୁବେଳେ ଚୋର ଘର ଅନ୍ଧାର ନଥାଏ ତାହା ଦିନେ ଦିନେ ଆଲୁଅ ହୁଏ । ଗତକାଲି ବିଳମ୍ବିତ ରାତିରେ କୁରୁ ବଜାର ନିକଟରେ ଥିବା ମିନି ଷ୍ଟେଟ୍ ବ୍ୟାଙ୍କ୍ ଅଫି ଇଣ୍ଡିଆର ତାଲା ଭାଙ୍ଗି ଚୋରୀ କରିବା ଉଦ୍ୟମ ଫେଲ୍ ମାରିଛି ।
ସୋର ଅଞ୍ଚଳରେ ଗତ ତିନି ଦିନ ମଧ୍ୟରେ ୭ଟି ମନ୍ଦିର , ୫ଟି ଦୋକାନ ଏବଂ ଗୋଟେ ବ୍ୟାଙ୍କ୍ ରେ ଲୁଟ୍ ହୋଇଥିବା ବେଳେ ପୁଣି ଗତକାଲି ରାତିରେ କୁରୁ ବଜାରରେ ଏକ ମିନି ବ୍ୟାଙ୍କରୁ ଲୁଟ୍ କରିବାରେ ଦୁର୍ବୁତ୍ତ ସଫଳ ହୋଇ ନାହାଁନ୍ତି । ସେମାନେ ବ୍ୟାଙ୍କର ତାଲା ଭାଙ୍ଗି ଭିତରେ ପଶିବା ସହ ୨ଟି କମ୍ପ୍ୟୁଟର, ଗୋଟେ ଜେରକ୍ସ ମେସିନ୍, ଗୋଟେ ପ୍ରିଣ୍ଟର, ଗୋଟେ ସିପିୟୁ , ଗୋଟେ ଲାପଟପ୍ ଏବଂ ବ୍ୟାଙ୍କ ଲକର୍ ଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇଥିଲେ । ଘଟଣାରେ ଖଇରା ପୋଲିସ୍ ପହଁଚି ଛାନ୍ ଭିନ୍ ଆରମ୍ଭ କରିଛି ।