ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ଆଉ ଏକ ଦାନା ବାନ୍ଧୁଛି ଲଘୁଚାପ । । ଆଜି ଲଘୁଚାପରେ ପରିଣତ ହେବ ଉତ୍ତର ପଶ୍ଛିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ।ଏହାରି ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଜିଠୁ ଦୁଇଦିନ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢିବା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପ୍ଧଜ୍ଞ କେନ୍ଦ୍ର । ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ମାନଙ୍କ ମଧ୍ୟରେ ରହିଛି ଗଜପତି , ଗଞ୍ଜାମ , ପୁରୀ , ଖୋର୍ଦ୍ଧା , ଜଗସିଂପୁର , କଟକ , ନୟାଗଡ , ଅନୁଗୁଳ , ଦେବଗଡ ଓ କନ୍ଧମାଳ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ସେହିପରି ପୁରୀ , ମାଲକାନଗିରି , କୋର୍ଦ୍ଧା , ଭଦ୍ରକ , ବଲାଙ୍ଗୀର , କୋରାପୁଟ , ଗଜପତି ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ତ୍ତମାନଚ ସୁଦ୍ଧା ରାଜ୍ୟର ୨୫ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୫ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୩୦ ଓ ୩୧ ତାରିଖ ସୁର୍ଦ୍ଧା ବର୍ଷାର ପରିମାଣ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ଫକ୍ଷରୁ ଅନୁମାନ କରାଯାଉଛି ।