ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ମୌସୁମୀ ଆସିବା ପରେ ବି ଖରାରେ ତାତୁଛି ରାଜ୍ୟ । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ମୁଣ୍ଡ ହାତ ଦେଲେଣି । ପାଗ ଏଭଳି ଯଦି ଶୁଖିଲା ରହିବ ତେବେ ମଞ୍ଜି ପଡିବ କେବେ ? ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୩୦ ତାରିଖରୁ ପ୍ରବଳ ବର୍ଷା ହେବ । ସୂଚନା ଅନୁସାରେ ଆସନ୍ତା ୩୦ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଯାହାର ପ୍ରଭାବରେ ରାଜ୍ୟରେ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ଅନ୍ୟପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବ ନାହିଁ ।
ସୂଚିନାଯୋଗ୍ୟ ଏଥର ୧୦ ଦିନ ବିଳମ୍ବରେ ରାଜ୍ୟରେ ମୌସୁମୀ ପ୍ରଭାହିତ ହୋଇଥିଲା । ମାତ୍ର ୨୪ ଘଣ୍ଟା ପାଗ କୋହଲା ରହିବା ସହିତ କେତେକ ସ୍ଥାନରେ ବର୍ଷା ହୋଇଥିଲା । ହେଲେ କଣ ହେଲା କେଜାଣି ହଠାତ ମୌସୁମୀ ତାର ଠିକଣା ହଜାଇଲା । ପୁଣି ଯେଉଁ କଥାକୁ ସେଇକଥା ଟାଇଁ ଟାଇଁ ଖରାରେ ଫୁଟିଲା ରାଜ୍ୟ । ସେପଟେ ଚଳିତ ମାସ ୨୫ ତାରିଖ ସୁଦ୍ଧା ରାଜ୍ୟରେ ୨୪ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ପାଣିପାଗ ବିଭାଗ ସୂଚନା ଦେଇଛି ୨୮ ତାରିଖ ଠାରୁ ପାଗ କୋହଲା ରହିବ । କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର, ନୟାଗଡ଼, ଖୋର୍ଧା, ସୁନ୍ଦରଗଡ଼, ଯାଜପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଢ଼େଙ୍କାନାଳ ଓ କଟକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ