ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ଠାରେୁ ଆରମ୍ଭ ହୋଇଯାଇଛି ବର୍ଷା । ଗତ ସନ୍ଧ୍ୟାରେ ଭୁବନେଶ୍ୱର ସମେତ କେତେକ ଉପକୂଳ ଜିଲ୍ଲାମାନଙ୍କରେ କାଲି ବର୍ଷାର ପରିମାଣ ବଢିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଗତକାଲି ୧୬ ଏମଏମରୁ ଅଧିକ ବର୍ଷର୍ା ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୩ ତିନି ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ମଧ୍ୟ ସୂଚନା ଦିଆଯାଇଥିଲା ।
ବର୍ଷାକୁ ନଜରରେ ରଖି ଆଜି ୮ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣି ଜାରି କରାଯାଇଛି । ସୂଚନା ଅନୁସାରେ ସମ୍ଭଲପୁର, ଦେବଗଡ, ସୂବର୍ଣ୍ଣପୂର, ଅନୁଗୁଳ, ବରଗଡ , ଝାରସୁଗୁଡା, ସୁନ୍ଦରଗଡ ଓ ଢେଙ୍କାନାଳ ଜିଲ୍ଲାକୁ ଏହି ରେଡ ୱାର୍ଣ୍ଣି ଜାରି କରାଯାଇଛି । ତେବେ ଏହି ୩ ଦିନ କାଳ ସମୁଦ୍ର ମଧ୍ୟ କୁ ମତ୍ସ୍ୟଜୀବି ମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି । ସେହିଭଳି ଅନ୍ୟ ୧୪ ଟି ଜିଲ୍ଲାକୁ ମଧ୍ୟ ଅଧିକ ମାତ୍ରାରେ ବର୍ଷା ହେବା ଅନୁମାନି କରାଯାଉଛି ।
ଗତକାଲି ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା । ଯାହା ଫଳରେ ଭୁବନେଶ୍ୱରରେ ଅନେକ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ପାଣି ଜମି ରହିବା ଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖାନ ହୋଇଥିଲେ । ସନ୍ଧ୍ୟା ୫ ଟାରୁ ସନ୍ଧ୍ୟା ୮ ଟା ଯାଏ ଅନବରତ ବରଷିଥିଲା । ଆଜି ମଧ୍ୟ ରାଜଧାନୀରେ ଝିପିଝିପି ବର୍ଷା ଲାଗି ରହିଛି ।