ପୁରୀ(ଏଟିଆର ବ୍ୟୁରୋ): ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଲରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ୱରରେ ପୀଡିତ । ଅଣବସର ଘରେ ଏବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ଗୁପ୍ତ ନିତି । ଦଇତାପତି ମାନେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅଣବସର ଘରେ ମହାପ୍ରଭୁଙ୍କ ଗୁପ୍ତ ନିତି କରୁଛନ୍ତି । ତେବେ ଆଜି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲିରି ତେଲ । ଏହି ଫୁଲୁରି ତେଲକୁ ପରାମ୍ପରା ମୁତାବକ ବଡ ଓଡିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ ।
ପୂର୍ବବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ନିର୍ମିତ ପାତ୍ରରେ ଘଣାପେଡା ରାଶିତେଲ, କୃଷ୍ଣଭୋଗ ଧାନ, ବେଣାଜେର, କେତକୀ ଫୁଲ ସହ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରୀ ମିଶାଇ ଏହି ତେଲ କୁ ମାଟି ତଲେ ପୋତା ଯାଇଥାଏ । ଆଜି ମଠର ମଠାଧୀଶ ଶ୍ରୀମନ୍ଦିରରେ ଏହି ତେଲକୁ ପ୍ରଦାନ କରିବା ପରେ ପତିମହାପାତ୍ର ସଂସ୍କାର କରିବା ପରେ ଏହି ତେଲକୁ ଦଇତାପତି ମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି । ଏହି ତେଲ ମାଲିସ ହେବା ଦ୍ୱାରା ମହାପ୍ରଭୁଙ୍କ ଜ୍ୱର ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି ।