ମୁମ୍ବାଇ(ଏଟିଆର ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋଡ ନିର୍ଦ୍ଧାରିତ କରିଛନ୍ତି ଉଦ୍ଧବ ଠାକରେ । ସରକାରୀ କର୍ମଚାରୀମାନେ ଆଉ ଅଫିସକୁ ପିନ୍ଧି ଆସିପାରିବେ ନାହିଁ ଜିନ୍ସ ଟି ସାର୍ଟ ଏବଂ ଚପଲ । ଏବେ ସମସ୍ତ କର୍ମଚାରୀମାନଙ୍କୁ ଏହି ଡ୍ରେସ କୋଡର ନିୟମ ପାଳନ କରିବା ପାଇଁ ବାଧ୍ୟ ।
କର୍ମଚାରୀଙ୍କୁ ଗାଢ ରଙ୍ଗର ପୋଷାକ , ବିଚିତ୍ର ଷ୍ଟିଚ ଥିବା ପ୍ୟାଣ୍ଟ ,ଓ ଫଟୋ ହୋଇଥିବା ପୋଷାକ ନ ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି ।ଅତି କମରେ ସପ୍ତାହରେ ଥରେ ଖଦୀ ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।ଯାହା ଫଳରେ କି ହସ୍ତତନ୍ତକୁ ଗୁରୁତ୍ୱ ଦିଆଯାଇପାରିବ ।
ମହାରାଷ୍ଟ୍ରରେ ଏବେ ପୁରୁଷ କର୍ମଚାରୀମାନେ ଶାର୍ଟ -ପ୍ୟାଣ୍ଟ କିମ୍ବା ଟ୍ରାଉଜର ଭଳି ପୋଷାକ ଏବଂ ମହିଳା କର୍ମଚାରୀମାନେ ଶାଢୀ , ସଲୱାର, ପ୍ୟାଣ୍ଟ-ଶାର୍ଟ , ଚୁଡିଦାର ଓ କୁର୍ତ୍ତା ଏବଂ ଆବଶ୍ୟକ ପଡିଲେ ଓଢଣୀ ପିନ୍ଧି ଅଫିସ ଆସିପାରିବେ । ମହିଳା କର୍ମଚାରୀମାନେ ଚପଲ , ସ୍ୟାଣ୍ଡେଲ ଓ ପୁରୁଷ କର୍ମଚାରୀମାନେ ଯୋତା କିମ୍ବା ସ୍ୟାଣ୍ଡେଲ ପିନ୍ଧି ଅଫିସ ଆସିପାରିବେ ।
ସେହିପରି ସରକାରଙ୍କ ମତରେ ସାଧାରଣ ଜନତାଙ୍କୁ ସରକାରୀ କର୍ମଚାରୀଙ୍କ ଠୁ ଭଲ ବ୍ୟବହାର ଏବଂ ବ୍ୟକ୍ତିତ୍ୱର ଆଶା ରହିଥାଏ ।ଏପରି କ୍ଷେତ୍ରରେ ଯଦି କର୍ମଚରୀମାନଙ୍କ ପୋଷାକ ବାଧ୍ୟତା ମୂଳକ କରାଯାଏ ତେବେ କେଉଁଠି ନା କେଉଁଠି ଏହାର କାମ ଉପରେ ପ୍ରଭାବ ପଡିଥାଏ ।