ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏବେଠୁ ରାଜ୍ୟରେ ଅସହ୍ୟ ତାତି । ଆଗକୁ ଆହୁରୀ ଅଧିକ ତାତିରେ କଲବଲ ହେବେ ଲୋକେ । ଆସନ୍ତା ୧୪ ରୁ ୧୯ ତାରିଖ ଯାଏଁ ହେବ ନିଅାଁ ବର୍ଷା । ୪୦ ରୁ ୪୧ ଡିଗ୍ରୀ ସେଲସିୟସ ରହିବ ପାରଦ ।
ଆସନ୍ତା ୧୪ ତାରିଖ ବେଳକୁ ୪୦ ଡିଗ୍ରୀ ଛୁଇଁବ ଭୁବନେଶ୍ୱର ତାପମାତ୍ରା । ୧୫ ରେ ୪୧ ଡିଗ୍ରୀ ପାର କରିବ । ଏଭଳି ୪୧ ଡିଗ୍ରୀ ତାପମାତ୍ରା ୧୮ ତାରିଖ ଯାଏଁ ରହିବା ପରେ ୧୯ ତାରିଖ ବେଳକୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ।