ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା କଟକଣା ମଧ୍ୟରେ ଲିଙ୍ଗରାଜ ମନ୍ଦିର ଭିତରେ ଭକ୍ତମାନେ ଦୀପ ଜାଳିବା ନେଇ ଅନୁମତି ମିଳିଛି । ତେବେ ସନ୍ଧ୍ୟାା ସମୟରେ ଅଧିକ ଗହଳି ହେଲେ ବନ୍ଦ ହୋଇପାରେ ଦୀପଦାନ । ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ।
ଅବନୀକାନ୍ତ କହିଛନ୍ତି ସ୍ଥିତି ଉପରେ ନଜର ରଖାଯାଇଛି । ଏପର୍ଯ୍ୟନ୍ତ ସବୁ ସୁରୁଖୁରୁରେ ଚାଲିଛି ।ଭକ୍ତମାନେ ଧାଡିରେ ରହି ଦର୍ଶନ କରୁଛନ୍ତି । କରୋନା କଟକଣା ମାନି ଭକ୍ତମାନେ ଧାଡିରେ ରହି ଦୀପ ଜାଳିଛନ୍ତି । ସନ୍ଧ୍ୟାରେ ମନ୍ଦିର ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ଦର୍ଶନ କରିବା ସହ ଗହଳି ଯେପରି ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।