ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଷ୍ଟ୍ରୀୟ ସ୍ୱୟଂ ସେବକ ମୁଖ୍ୟ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । । ସେ ପାଞ୍ଚ ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୨୯ ତାରିଖ ଦିନ ଓଡିଶାରୁ ଫେରିଯିବେ । ଏହି ସମୟରେ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଶ୍ରୀ ପଣ୍ଡା କହିଛନ୍ତି,ଡ.ଭାଗବତ ତାଙ୍କ ପ୍ରବାସ ସମୟରେ ଓଡିଶାରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବେ । ଅଗଷ୍ଟ ୨୬ରେ ଭାଗବତ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଆଦି ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ । ଏଥିସହିତ ସେ ରାଜ୍ୟରେ କୋଭିଡ ସଂକ୍ରମିତକାନଙ୍କୁ ସଂଘ ପକ୍ଷରୁ କିଭଳି ସେବା ଯୋଗାଇ ଦିଆଯାଇଛି ସେ ନେଇ ସମୀକ୍ଷା କରିବେ ।