ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ଏକ ଅଘଟଣ ଘଟିଛି । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଯାଇଥିଲା ଏକ ପ୍ରାଇଭେଟ କୋଚିଂ ସେଣ୍ଟର । ଏଥିରେ କୋଚିଂ ସେଣ୍ଟରର ଦ୍ୱିତୀୟ ମହଲା ପୂରା ଜଳି ପୋଡି ଛାରଖାର ହୋଇଯାଇଛି ।
ଖବର ପାଇ ଦମକଳ ବାହିନୀର ୨ଟି ଟିମ୍ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଏଥିପାଇଁ ତାଙ୍କୁ ସମାନ ୨ ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗି ଯାଇଥିଲା । ସକାଳୁ ସକାଳୁ ନିଆଁ ଲାଗିଥିବାରୁ କୋଚିଂ ସେଣ୍ଟର ଆରମ୍ଭ ହୋଇନଥିଲା । ସେଥିପାଇଁ ଛାତ୍ରଛାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ମାତ୍ର କୋଚିଂ ସେଣ୍ଟରରେ ଥିବା ଅନେକ ଆସବାବ ପାତ୍ର ସମେତ ବହିପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ହେଲେ ନିଆଁ ଲାଗିଲା କେମିତି ସେନେଇ ଏଯାବତ୍ କାରଣ ଜଣାପଡି ନାହିଁ ।