ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆମ ରାଜ୍ୟ ଓଡିଶା ଏଠି ବାର ମାସରେ ପାଳିତ ହୁଏ ତେର ପର୍ବ । ସେହି ସବୁ ପର୍ବ ପର୍ବାଣୀ ମାନଙ୍କ ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ତେବେ ଆଜି ଆସନ୍ତୁ ଆମେ ଜାଣିବା ମକର ସଂକ୍ରାନ୍ତି ପଛରେ ଥିବା ପୌରାଣିକ କଥା-
ପୁରାଣ ଅନୁସାରେ ମକର ସଂକ୍ରାନ୍ତି ଦିନି ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରିଥାନ୍ତି । ଆଜିର ଦିନକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରିଥାନ୍ତି । ଆଜିଠାରୁ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି । ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗତି କରି ଗୋଟେ ମାସ ରହିଥାନ୍ତି । ଆଜିଠାରୁ ଛଅ ମାସ ପର୍ଯ୍ୟନ୍ତ ସମସ୍ତ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ ।
ଆଜିଠାରୁ ସାଧାରଣତ ଦିନ କ୍ରମଶ ବଡ ହୋଇଥାଏ । ଦେବୀ ସଂକ୍ରାନ୍ତି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ଏହି ତିଥିରେ ଯେଉଁ ଲୋକଙ୍କର ପରଲୋକ ହୁଏ ସେମାନେ ସ୍ୱର୍ଗପ୍ରାପ୍ତି ହୁଏ ବୋଲି କଥା ରହିଛି । ଆଜି ମହାଦେବଙ୍କୁ ମଧ୍ୟ ପୂଜା କରିବାର ପରମ୍ପରା ରହିଛି । ଆଜି ମକର ବୁଡ ମଧ୍ୟ ପକାଇବାର ପରମ୍ପରା ରହିଛି । ଆଜିଠାରୁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ମକର ଯାତ୍ରା ମଧ୍ୟ ଆୟୋଜିତ ହୋଇଥାଏ । ପୁରା ଗୋଟେ ମାସ ଧରି ମକର ଯାତ୍ରା ହୋଇଥାଏ ।