ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆସନ୍ତା କାଲି ଅନୁଷ୍ଠିତ ହେବ ମେକ ଇନ ଓଡିଶା କନକ୍ଳେଭ । ଏହା ଓଡିଶା ବର୍ଷରେ ଦ୍ୱିତୀୟ ସଂସ୍କରଣ । ଏଥିରେ ଓଡିଶା ସହ ଯୋଡି ହୋଇଛନ୍ତି ଫେଡେରେଶନ ଅଫ ଇଣ୍ଡିଆନ ,ଚାମ୍ଭର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଏଫଆଇସିସି । ଜାପାନ ଏଥିରେ କଣ୍ଟ୍ରି ପାର୍ଟନ ଥିବା ବେଳେ ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କିଙ୍ଗ ପାର୍ଟନର ଅଛନ୍ତି । ପ୍ରଥମେ ଏହି କାର୍ଯ୍ୟକ୍ରମର ଆରମ୍ଭ ମୁମ୍ବାଇରେ ରୋଡ ଶୋ ମାଧ୍ୟମରେ ହୋଇଥିଲା । ଏଥିରେ ଭାରତର ବିଶିଷ୍ଟ ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ଯୋଗ ଦେଇଥିଲେ । ଏବଂ ଆସନ୍ତା କାଲି ଓଡିଶାରେ ହେବାକୁ ଥିବା ମେକ ଇନ ଓଡିଶା କନକ୍ଳେଭରେ ମଧ୍ୟ ଯୋଗ ଦେବେ ମୁକେଶ । ଯାହାକି ସମଗ୍ର ଓଡିଶାବାସୀଙ୍କ ପାଇଁ ଖୁସିର କଥା ।
ତେବେ ଏଥିରେ ଅମ୍ବାନୀଙ୍କ ସହ କୁମାର ମଙ୍ଗଳମ,ଏନ ଚନ୍ଦ୍ରଶେଖରନ ଏବଂ ଅନିଲ ଅଗ୍ରୱାଲଙ୍କ ଭଳି ଆଗ ଧାଡିର ଶିଳ୍ପପତି ଯୋଗ ଦେବେ । ଏଥର ୬୪ଟି ସଂସ୍ଥା ପୁଞ୍ଜିନିବେଶ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ପ୍ରଥମ ସଂସ୍କରଣରେ ୧୨୪ଟି ଶିଳ୍ପ ସଂସ୍ଥା ଯୋଗ ଦେଇଥିଲେ ।
ପ୍ରଥମ ସଂସ୍କରଣ ୨୦୧୬ରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଅଢ଼େଇ ଶହ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଥିଲା । ପ୍ରଥମ ସଂସ୍କରଣରେ ଇଣ୍ଡଷ୍ଟ୍ରି ପାର୍ଟନର ଥିଲା ସିଆଇଆଇ । ତେବେ ଦ୍ୱିତୀୟ ବର୍ଷ ଘୋଷଣା ହେବା ବେଳକୁ ଓହରି ଯାଇଥିଲା ଏହି ସଂସ୍ଥା ଫଳରେ ସରକାରଙ୍କୁ ଶକ୍ତ ଧକ୍କା ଲାଗିଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ସରକାର । ସମସ୍ତେ ଭାବୁଥିଲେ କି ଏହା ଏ ବର୍ଷ ହୋଇପାରିବ ନାହିଁ । ତେବେ ନବୀନ ସରକାରଙ୍କ ଦୃଢ଼ ମନବଳ ପାଇଁ ପୁନର୍ବାର ଚେଷ୍ଟା କରିଥିଲେ । ଏବଂ ଶେଷ ସମୟରେ ସବୁ ଇଣ୍ଡଷ୍ଟ୍ରି ଆସି ସହଯୋଗର ହାତ ବଢ଼ାଇଥିଲେ । ଯାହାକି ଆସନ୍ତା କାଲି ସଫଳ ହେବାକୁ ଯାଉଛି । ଆଜି ସଂନ୍ଧ୍ୟା ସୁଦ୍ଦା ସମସ୍ତ ପ୍ରସ୍ତୁତି ସରିଯାଇଥିବା ସୂଚନା ମିଳିଛି ।