ଖୋର୍ଦ୍ଧା ( ଏଟିଆର ବ୍ୟୁରୋ): ଚିଲିକା କୂଳରେ ଲାଗିଲା ବିଦେଶୀ ଜାହାଜ । ଜାହାଜକୁ ଦେଖି ସ୍ଥାନୀୟ ୃଞ୍ଚଳରେ ଲୋକଙ୍କ ଭିଡ । ଜାହାଜ ଟି ଏକ ମାଲବାହୀ ବାଂଲାଦେଶୀ ଜାହାଜ ବୋଲି ଜଣା ପଡିଛି । ପାଗ ଖରାପ ଯୋଗୁ ଜାହାଜ ବାଟବଣା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୃଷ୍ଣ ପ୍ରସାଦ ବ୍ଲକ ବ୍ରହ୍ମପୁର ପଞ୍ଚାୟତର ଖୀରି ସାହି ସମୁଦ୍ର ଉପକୂଳରେ । ସୂଚନା ଅନୁସାରେ ଜାହାଜଟି କିଛିଦିନ ତଳେ ପଣ୍ୟ ନେଇ ମାଲେସିଆରୁ ବାଂଲାଦେଶ ଯାଇଥିଲା । ବାଂଲାଦେଶରେ ମାଲ୍ ଅନଲୋଡ୍ କରି ଭାଇଜାଗ୍ ଅଭିମୁଖେ ଯାଉଥିବା ଜଣାପଡ଼ିଛି ।
ମାତ୍ର ଏବେ ରାଜ୍ୟରେ ଲଗୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଜାହାଜର ଯନ୍ତ୍ରାଂଶ ଖରାପ ହୋଇଯାଇଥିଲା । ସେଥିପାଇଁ ଜାହାଜ ଗତ ଦୁଇଦିନ ଧରି ସମୁଦ୍ର ଗର୍ଭରେ ରହିଥିଲା । ଯାହାଜରେ ମଧ୍ୟ ଖାଦ୍ୟର ଅଭାବ ରହିଥିବାରୁ ଜାହାଜରେ ଥିବା କର୍ମଚାରୀ ମାନେ ଉପାସ ରହିଥିଲେ । ଯାହା ଫଳରେ ଖାଦ୍ୟର ସନ୍ଦାନରେ ବାଧ୍ୟ ହୋଇ କ୍ୟାପଟେନ ଜାହାଜଟିକୁ କୂଳକୁ ଆଣିଥିବା କହିଛନ୍ତି ।
ଜାହାଜର କ୍ୟାପଟେନ୍ ବାଂଲାଦେଶୀ ଓ ୧୦ ଜଣ ନାବିକ ମାଲେସିଆର ବୋଲି ଜଣା ପଡିଛି । ଜାହାଜଟି କୂଳକୁ ଆସିବା ନେଇ ପ୍ରଥମେ ସ୍ଥାନୀୟ ମତ୍ସ୍ୟଜୀବି ମାନେ ଜାଣିବାକୁ ପାଇଥିଲେ । ମତ୍ସ୍ୟଜୀବି ମାଛ ମାରିବାକୁ ଯାଇଥିବା ବେଳେ ଏତେ ବଡ ଜାହାଜ ଦେଖି ସେମାନେ ଜାହାଜ ପାଖକୁ ଯାଇଥିଲେ । ସେମାନଙ୍କ ଭାଷା ନ ବୁଝି ପାରିବାରୁ ପୋଲିସକୁ ଖବର ଦେବା ପରେ ପୋଲିସ ସେଠାରେ ପହଞ୍ଚି ବୁଝାସୁଝା କରିଛି ।