କୋଲକାତା(ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହାତ ହେବା ପରେ ପ୍ରଥମ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମମତା । ହ୍ୱିଲଚାରରେ ବସି ପଦଯାତ୍ରା କରିବେ । ମମତା ବାନାର୍ଜୀ ଆହତ ହେବା ପରେ ପ୍ରଥମ ଥର ପାଇଁ ଆଜି ସାର୍ବଜନୀନଙ୍କ ସାମ୍ନାକୁ ଆସିବେ । ଏହି ସମୟରେ ସେ ଦକ୍ଷିଣ କୋଲକତା ସ୍ଥିତ ମେୟୋ ରୋଡରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରୁ ପଦଯାତ୍ରା ଆରମ୍ଭ କରିବେ । ମମତା ଦିନ ୧ଟା ବେଳେ କୋଲକତା ପଦଯାତ୍ରା କରିବେ ।
ପଶ୍ଚିମବଙ୍ଗରେ ଆଜି ଟିଏମସି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଥାନ୍ତା ବୋଲି ନିଷ୍ପିତ୍ତି ହୋଇଥିଲା । ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି । ଆଜି ସେ ଖଡକପୁରରେ ରୋଡ ଶୋ କରିବେ ।
ଦୁର୍ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଆହତ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି। ରାଲି ବେଳେ ସେ କଡା ସୁରକ୍ଷା ଭିତରେ ଥିଲେ ତାଙ୍କ ଉପରେ କୌଣସି ଆକ୍ରମଣ ହୋଇନାହିଁ ବୋଲି ପର୍ୟ୍ୟବେକ୍ଷକ ଟିମ୍ ସୂଚନା ଦେଇଛି।କୌଣସି ପ୍ରକାର ଆକ୍ରମଣ ଅଭିଯୋଗକୁ ପର୍ୟ୍ୟବେକ୍ଷକ ଏଡାଇ ଦେଇଛନ୍ତି । ସେହିପରି ମୁଖ୍ୟ ସଚିବ ଆଳାପନ ବନ୍ଦୋପଧ୍ୟାୟ ନିର୍ବାଚନ ଆୟୋଗଙ୍କୁ ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ।