କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ବାପା ମାଉଁସ ତରକାରୀ ରୋଷେଇ କରି ନଥିବାରୁ ବାପାକୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ । ଏମିତି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଗୁଲନଗର ଗାଁରେ । ସୂଚନା ଅନୁସାରେ ଗତକାଲି ଗ୍ରାମର ଘନଶ୍ୟାମ ସେଠୀଙ୍କ ପୁଅ ଦିନ ୧୨ ଟା ବେଳେ ନିଶା ଖାଇ ଘରକୁ ଫେରିଥିଲେ । ନିଶାଶକ୍ତ ଅବସ୍ଥାରେ ସେ ବାପାଙ୍କୁ ମାଉଁସ ତରକାରୀ ରୋଷେଇ କରିବାକୁ କହିଥିଲେ ।
ବାପା ଘନଶ୍ୟାମ ମାଉଁସ ତରକାରୀ କାହିଁକି ରୋଷେଇ କଲେ ନାହିଁ ବୋଲି ପୁଅର ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା । ଫଳରେ ସେ ଏକ କାଠ ଫାଳିଆ ଆଣି ବାପାଙ୍କୁ ପିଟିବା ଆରମ୍ଭ କରିଦେଇଥିଲେ । ବାପା ମାଡକୁ ଡରି ବାହାରକୁ ଦୌଡିକି ପଳେଇଲା ପରେ ମଧ୍ୟ ପୁଅର ରାଗ ଶାନ୍ତ ହୋଇନଥିଲା । ସେ ବି ବାପାଙ୍କ ପଛେ ପଛେ ଗୋଡେଇ ଗୋଡେଇ ବାପାଙ୍କୁ କାଠ ଫାଳିଆରେ ପିଟିଥିଲା । ଫଳରେ ବାପା ଘନଶ୍ୟାମଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନାଯୋଗ୍ୟ ପୁଅ ଜଗନ୍ନାଥ ସକାଳେ ଘରେ ମାଂସ ଦେଇ ରୋଷେଇ କରିବାକୁ କହି ଯାଇଥିଲା । ଘରେ ମଧ୍ୟ ଜଗନ୍ନାଥଙ୍କ ସ୍ତ୍ରୀ ନଥିଲେ । ଫଳରେ କାହିଁକି ବାପା ରୋଷେଇ କରିନଥିଲେ ଏଥିରେ ଉତକ୍ଷିପ୍ତ ହୋଇ ପଡିଥିଲା ଜଗନ୍ନାଥ । ଓ ବାପାଙ୍କୁ ପିଟିପିଟି ମାରି ଦେଇଥିଲା ।