ଅନୁଗୋଳ (ଏଟିଆର ବ୍ୟୁରୋ); ପୁଣି ନଜରକୁ ଆସିଲା ଏକ ଆଉ ଏକ ଲଜ୍ଜା । ୭ ବର୍ଷୀୟ ନାବାଳିକାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ଚକୋଲେଟ ଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମର କରିବା ପାଇଁ ଚେଷ୍ଟା କରିଥିବା ଜଣାପଡିଛି । ତେବେ ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ଅନୁଗୋଳ ଜିଲ୍ଳା ଛେଣ୍ଡିପଦା ଅଞ୍ଚଳରେ । ଏହି ଘଟଣାରେ ଜଡିତ ଥିବା ସମ୍ପର୍କୀୟ ଦାଦା ଫେରାର ହୋଇ ଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିତିବା ବେଳେ ପିଡିତାର ବୟାନ ରେକର୍ଡ କରାଯିବ ବୋଲି ସୂଚନା ଦେଇଛି ।
ପୋଲିସ ରିପୋର୍ଟ ଅନୁଯାୟୀ ନାବାଳିକାଟି ଖେଳୁଥିବା ବେଳେ ତାକୁ ଚକୋଲେଟ ଦେବା ବାହାନାରେ ଡାକି ନେଇଥିଲା । ସେଠାରେ ଝିଅ ସହ ଖରାପ ବ୍ୟବହାର କରିବା ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । ତେବେ ଚାଲାଖ କରି ଝିଅଟି ସେଠାରୁ ଖସି ଆସିଥିଲା । ଘରକୁ ଆସିବା ପରେ ପରିବାର ଲୋକଙ୍କ ଆଗରେ ସବୁ କହିଥିଲା । ଝିଅର କଥା ଶୁଣିବା ପରେ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ ପିଡିତାଙ୍କ ପରିବାର । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇ ଯାଇଛି ।