ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାର୍ଗଶୀରମାସ ପ୍ରଥମ ଗୁରୁବାରରେ ପ୍ରଥମଥର ପାଇଁ ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଚାଷକୁ ପୋତ୍ସାହିତ କରାଯିବା ସହ ଜନସାଧାରଣଙ୍କ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି ପାଇଁ ଏହି ଦିବସ ପାଳନ କରିବାର ଯୋଜନା ହୋଇଛି । ଓଡିଶା ପ୍ରଥମ ରାଜ୍ୟ ଯିଏ ପୁଷ୍ଟିଶସ୍ୟର ମହତ୍ୱ ପାଇଁ ଏହି ଦିବସ ପାଳନ କରୁଛି ।
ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେଉଛି ମାଣ୍ଡିଆ ଚାଷ । ୧୯ଟି ଜିଲ୍ଲାର ୧୪୨ ଟି ବ୍ଲକରେ ଚାଷୀଙ୍କୁ ନେଇ କାର୍ଯ୍ୟ କରିବ ମିଲଟ ମିଶନ ।