ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ମନ୍ଦିରରେ ମାଓବାଦୀ । କଥା ଟା ଅଡୁଆ ଲାଗିଲେ ବି ସତ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିଛନ୍ତି ଗୁୁରୁବାର ହକି ଦେଖିଥିବା ୩୦ଜଣିଆ ମାଓଟିମ୍ । ଏହାସହ ରାଜ୍ୟବାସୀଙ୍କ ଶୁଭମନାସୀ ମହାଦେବଙ୍କୁ ପାଣିଲାଗି କରିଛନ୍ତି ଏମାନେ । ଫୁଲ ଚଢ଼ାଇବା ସହ ନଡିଆ ଓ ଖଇଖୋରା ଭୋଗ ଲଗାଇଛନ୍ତି ।
ଏହାପରେ ସେମାନେ କୋଣାର୍କ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସୂର୍ଯ୍ୟମନ୍ଦିର ବୁଲିବା ପରେ ରାମଚଣ୍ଡୀ ଯାଇ ଦର୍ଶନ କରିବେ । ଏହାପରେ ଏମାନେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ବଡ ଦେଉଳ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ମାଓବାଦୀ । ଏହାସହ ଆନନ୍ଦବଜାରରେ ଅବଢ଼ା ଖାଇ ପୁଣି ଭୁବନେଶ୍ୱର ଫେରିବେ ।
ଆପଣଙ୍କୁ ହୁଏତ ଏହା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ସତ ଯେ, ଏମାନେ ଆଉ ମାଓ କାର୍ଯ୍ୟକଳାପରେ ଲିପ୍ତ ନାହାଁନ୍ତି । ଏମାନେ ମାଓ ଶିବିର ଛାଡି ଏବେ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି । ପୁଲିସ ନିକଟରେ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିଛନ୍ତି ।