ମାଲକାନାଗିରି(ଏଟିଆର ବ୍ୟୁରୋ):ଦୁର୍ଦ୍ଦାନ୍ତ ମାଓନେତା ତଥା ମୋଷ୍ଟ ୱାଣ୍ଟେଡ ପାପାରାଓର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ହେବ ପାପାରାଓ କିଡୀନି ରୋଗରେ ପିଡିତ ଥିଲା । ତେବେ ତାଙ୍କ ଶ୍ୱଶୁର ଘରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଛତିଶଗଡ ଟପ ମାଓ ଲିଡର ରମନ୍ନାଙ୍କ ଡାହାଣ ହାତ ଭାବେ ପାପାରାଓ କାମ କରୁଥିଲେ । ରମନ୍ନାଙ୍କ ମୃତ୍ୟୁ ପରେ ପାପାରାଓ ସବୁକିଛି ବୁଝାବୁଝି କରୁଥିଲେ । ଛତିଶଗଡ ଓ ମାଲକାନଗିରି ସୀମାରେ ପାପାରାଓ ଜଣେ ସକ୍ରିୟ ମାଓନେତା ଥିଲେ ।
ଏହା ସହ ସେ ନକ୍ସଲଙ୍କ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ଥିଲେ । ୨୦୧୦ ଛତିଶଗଡ ତାଲମେଟଲାରେ ହୋଇଥିବା ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ପାପାରାଓ । ଏହି ଆକ୍ରମଣରେ ୭୬ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଏହା ସହ ବହୁ ବଡ ବଡ ମାଓ ଆକ୍ରମଣରେ ପାପାରାଓଙ୍କ ବିରେଧରେ ମାମଲା ରହିଛି । ପାପାରାଓଙ୍କ ନାଁରେ ଛତିଶଗଡ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।