ମାଲକାନଗିରି(ଏଟିଆର ବ୍ୟୁରୋ): ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ଯୋଡିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷପ ନେଉଛନ୍ତି । ବହୁ ମାଓବାଦୀ ମାନେ ସରକାରଙ୍କ ନିକଟରେ ଆତ୍ମ ସର୍ମପଣ କରି ମୁଖ୍ୟସ୍ରେତା ସହ ଯୋଡି ହୋଇ ଭଲ ଭାବରେ ଜୀବନ ଯାପନ କରୁଛନ୍ତି । କିନ୍ତୁ ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିବା ପାଇଁ ବହୁ ସମୟରେ ନିଜର ପୋଷ୍ଟର ସବୁ ବହୁ ଜାଗାରେ ଲଗାଇଥାନ୍ତି । ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତର ଅରାପଦର ଗାଁରେ ।
ଏହି ଗାଁରେ ଥିବା ଏକ ନାମଫଳକରେ ମାଓବାଦୀ ମାନେ ଏକ ସତର୍କବାଣୀ ଲେଖିଛନ୍ତି । ଏହି ଗାଁରେ ରହୁଥିବା ଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ଗାଁରେ ଥିବା ଲୋକଙ୍କୁ ଫୋନ ନକରିବା ପାଇଁ ଚେତାବଣୀ ଦେଇଛନ୍ତି ମାଓବାଦୀ ମାନେ । ଯଦି କେହି ଏହି ଚେତାବଣୀକୁ ବେଖାତିରି କରେ ତେବେ ତାହାର ପରିଣାମ ଭୋଗି ବାକୁ ପଡିବ ବୋଲି ଧମକ ଦେଇଛନ୍ତି ମାଓବାଦୀ ମାନେ । ତେବେ କେହି ମାଓବାଦୀଙ୍କ ସଂମ୍ପର୍କରେ ପୋଲିସକୁ ଖବର ଦେଉଥିବା ନେଇ ଏଭଳି ଫତୱା ଜାରି କରିଛନ୍ତି ମାଓବାଦୀ ମାନେ । ତେବେ ଏହି ଫତୱାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଭୟଭିତ ହୋଇଛନ୍ତି ।