ସୋର ( ଏଟିଆର ବ୍ୟୁରୋ): ଅଡୁଆ ହେଲା ପଡୋଶୀ ପ୍ରେମ । ନିଜ ସ୍ୱାମୀ ଥାଉ ଥାଉ ପର ପୁରୁଷକୁ ପ୍ରେମ କରିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡିଛି । ଘଟଣାଟି ଘଟିଛି ସୋର ଅଞ୍ଚରେ । ସ୍ୱାମୀଙ୍କ ଠାରୁ ଅଲଗା ବାହାରେ ରହୁଥିବାରୁ (ଛଦ୍ମନାମ- ପଦ୍ମା )ମହିଳା ଜଣଙ୍କ ପାଖ ପଡୋଶୀଙ୍କ ସହିତ ରଖିଥିଲେ ଶାରୀରିକ ସଂମ୍ପର୍କ । ଏବେ ଗର୍ଭବତୀ ହେବା ପରେ ଥାନାରେ ଦେଇଛନ୍ତି ଏତଲା । ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବିହାରର ସୁରେଶ ଗାଏନ୍ ନାମକ ଜଣେ ପେଟ୍ରୋଲ ପମ୍ପ ବ୍ୟବସାୟୀ ତାଙ୍କୁ ବିବାହର ପ୍ରତିଶୃତି ଦେଇ ୨ ବର୍ଷ ହେଲା ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ
। ବର୍ତ୍ତମାନ ସେ ଗର୍ଭବତୀ ହେବା ପରେ ସେ ତାଙ୍କ ସହିତ ପ୍ରତାରଣା କରି ଦୂରେଇ ଯାଇଛନ୍ତି । ଏମିତି କି ସପୃକ୍ତ ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖି ପୂର୍ବରୁ ଦୁଇଥର ଗର୍ଭପାତ ମଧ୍ୟ କରିଥିଲେ । ଖାଲି ସେତିକି ନୁହେଁ ସପୃକ୍ତ ମହିଳାଙ୍କ ଠାରୁ ସେ ୧୦ ଲକ୍ଷ ଟଙ୍କା ହଡପ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସ୍ୱାମୀଙ୍କ ସହିତ କୌଣସି ମତାନ୍ତରକୁ ନେଇ ସେ ନିଜର ୭ ବର୍ଷର ଝିଅକୁ ସହିତ ସୋର ଷ୍ଟେସନ ଅଞ୍ଚଳରେ ରହୁଥିଲେ ।
ପରେ ସେଠାରେ କିଛି ଦିନ ରହିବା ପରେ ତାଙ୍କର ଉକ୍ତ ବ୍ୟବସାୟୀଙ୍କ ସହିତ ସମ୍ପର୍କ ହୋଇଥିଲା । ପରେ ଧିରେ ଧିରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଏମତିକି ନିଜ ସ୍ୱାମୀଙ୍କୁ ଛାଡ ିଆସିବା ବେଳେ ମିଳିଥିବା ଟଙ୍କାରୁ ୧୦ ଲକ୍ଷ ଟଙ୍କା ବ୍ୟବସାୟୀଙ୍କୁ ଦେଇଥିଲେ । ବର୍ତ୍ତମାନ ପୁଲିସ ସମ୍ପୃକ୍ତ ମହିଳାଙ୍କ ଅଭିଯୋଗକୁ ଭିତିକରି ୧୫୩/୧୯ ଓ ଦଫା ୪୧୭, ୪୯୩, ୩୭୬, ୩୪୩,୩୧୫,୩୨୩,୨୯୪, ୫୦୬ ଓ ୩୪ ମାମଲା ରୁଜୁ କରି ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ପଠେଇଛି ।