ଢେଙ୍କାନାଳ ( ଏଟିଆର ବ୍ୟୁରୋ): ସହିଦ ଓଡିଆ ଜବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଜନ୍ମ ମାଟି ଢେଙ୍କାନାଳରେ ପହଞ୍ଚିଛି । ଗତକାଲି ରାତି ୧.୩୦ ରେ ଅଜିତଙ୍କ ମର ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ପାର୍ଥିବ ଶରୀରକୁ ୧ ୨୦ ବାଟାଲିୟନଙ୍କୁ ଅଣା ଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ସମୟରେ ସେଠାରେ ରାଜ୍ୟପାଳ ଉପସ୍ଥିତ ରହିଥିଲେ । ପରେ ସେଠାରୁ ତାଙ୍କ ମର ଶରୀରକୁ ତାଙ୍କ ଜନ୍ମ ମାଟି ଅଭିମୁଖେ ନିଆଯିବ । ଜନ୍ମ ମାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡସୁଅଆଁଳ ଗାଁକୁ ନିଆଯିବ ।
ସେଠାରେ ତାଙ୍କ ଅଞ୍ଚଳର ହଜାର ହଜାର ଲୋକ ତାଙ୍କ ମରଶରୀରକୁ ସଲାମ ଜଣାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ସୂଚନାଯୋଗ୍ୟ ସୋମବାର ଜାମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା।ଏଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ। ୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ୍ ।
ପ୍ରଥମେ କୋଲକାତାରେ ଜଏନ୍ କରିଥିଲେ । ବଦଳି ହୋଇଥିଲା ଜମ୍ମୁକୁ । ସେ ୪୪ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ୟ୍ୟରତ ଥିଲେ । ଆଜି ଅଜିତଙ୍କ ଭାଇ ପ୍ରତିକ୍ରିୟାରେ କହିଛନ୍ତ, ଆମେ ଆମ ପୁଅ ହରାଇଥିବାରୁ ଦୁଃଖରେ ମର୍ମାହତ। ହେଲେ ମୋ ଭାଇ ଦେଶ ପାଇଁ ସହିଦ ହୋଇଛି, ଏହା ଗର୍ବର କଥା। ଅନ୍ୟପଟେ ଅଜିତଙ୍କ ବାପା ମଧ୍ୟ କୋହଭରା କଣ୍ଠରେ ସମାନ କଥା କହିଛନ୍ତି ।