ପୁରୀ(ଏଟିଆର ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ହଠାତ ପୁରୀ ଜିଲ୍ଲା ସ୍କୁଲକୁ ଯାଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଶିକ୍ଷାଦାନ ପ୍ରସଙ୍ଗରେ ପିଲାଙ୍କ ସହ ଆଲୋଚନା କରିଛନ୍ତି । ଗସ୍ତ ସମୟରେ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରଧାନ ଶିକ୍ଷୟତ୍ରୀ ଅନୁପସ୍ଥିତ ଥିଲେ । ତେବେ ପ୍ରଧାନଶିକ୍ଷକଙ୍କ ବିନା ଆପ୍ଲିକେସନରେ ଅନୁପସ୍ଥିତ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ ।
ଏଥିସହ ବୋର୍ଡ ପରୀକ୍ଷା ବପାଇଁ ପିଲାଙ୍କୁ ଅଭ୍ୟାସ କରିବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷାର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ଅନୁପସ୍ଥିତ ଥିବା ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଗୋଟେ ଦିନର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ବିଦ୍ୟାଳୟେରେ ବିଏସଇ ପ୍ୟାଟର୍ଣ୍ଣ ପରୀକ୍ଷା ହୋଇନଥିବାର ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବଂ ଯେଉଁ ସବୁ ସ୍କୁଲରେ ବିଏସଇ ପ୍ୟାଟର୍ଣ୍ଣ ପରୀକ୍ଷା ହୋଇନାହିଁ,ମାର୍ଚ୍ଚ ମାସ ଶେଷ ସୁଦ୍ଧା ପରୀକ୍ଷା କରାଯିବ ବୋଲି ନିର୍ଦ୍ଧେଶ ଦେଇଛନ୍ତି ।
ସେହିପରି ଛାତ୍ରଛାତ୍ରୀମାନେ ବୋର୍ଡ ଅଫ୍ ସେକେଣ୍ଡାରୀର ୱେବସାଇଟ ବିଷୟରେ ଜାଣିନଥିବାରୁ ଏହା ଜାଣିବା ପରେ ଶିକ୍ଷାମନ୍ତ୍ରୀ ଦୁଖ ପ୍ରକାଶ କରିବା ସହ ଶିକ୍ଷୟତ୍ରୀମାନଙ୍କୁ ପ୍ରଶ୍ନ କରିଛନ୍ତି । ଏବଂ ପିଲାଙ୍କୁ ଏହି ବିଷୟରେ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷକ ଶିକ୍ଷୟତ୍ରୀମାନେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବେ ବୋଲି ଡିଇଓ କହିଛନ୍ତି ।