ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାନ୍ତିସ୍ତୂପ ଧଉଳିର ବିକାଶ ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ ଚାଲିଛି । ନୂତନ ରୂପ ପାଇବ ଧଉଳି । ପ୍ରସ୍ତୁତ ହେଉଥିବା ମାଷ୍ଟର ପ୍ଲାନ ଖୁବ୍ ଶୀଘ୍ର ଶେଷ ହେବା ପରେ କାର୍ଯ୍ୟ ଆରମ୍ଭ ହେବ । ଏନେଇ ଗୃହରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ପର୍ଯ୍ୟଟନ ସ୍ଥଳୀ ତଥା ଶାନ୍ତିସ୍ତୂପ ଧଉଳିର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି । ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ।