ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଲିଉଡ ଅଭିନେତା ବାବୁସାନଙ୍କର ଆଜି ଜନ୍ମଦିନ । ୩୩ ବର୍ଷରେ ପାଦ ଦେଲେ ବାବୁ । ବାବୁ ଏବଂ ପ୍ରକୃତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଜନ୍ମଦିନ ପାଳନ କରିଛନ୍ତି ବାବୁସାନ୍ ।
ବାବୁସାନ୍ ତାଙ୍କ ବରମୁଣ୍ଡା ସ୍ଥିତ ଘରେ ବିଳମ୍ବିତ ରାତିରେ କେକେ୍ କାଟି ଜନ୍ମଦିନ ପାଳନ କରିଥିବା ନେଇ ସୂଚନା ରହିଛି । ଏହି ସମୟରେ ଅଭିନେତା ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି ଏବଂ ପରିବାର ଲୋକ ସାମିଲ ହୋଇଥିଲେ ।
ସେପଟେ ବାବୁଶାନ୍ ଆଜି ତାଙ୍କ ପତ୍ନୀ ଏବଂ ପୁଅ ସହିତ ଜନ୍ମଦିନ ପାଳନ କରିବେ ବୋଲି କହିଛନ୍ତି । ଯଦି ସେମାନେ ଘରକୁ ନଆସନ୍ତି ତେବେ ପତ୍ନୀ ତୃପ୍ତିଙ୍କ ଘରକୁ ଯିବେ ବୋଲି ବାବୁ କହିଛନ୍ତି ।