କଟକ(ଏଟିଆର ବ୍ୟୁରୋ): ବହୁ ଦିନ ଧରି କଟକ ବଡମେଡିକାଲାରେ ଚିକିତ୍ସିତ ହେଇଥିବା ଜଗା ଆଜି ଘରକୁ ଫେରୁଛି । ଏସିବିରେ ଚିକିତ୍ସାଧୀନ ଥିବା ଜଗାକୁ ଫୁଲବାଣୀ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛି ଜଗା । ଜଗା ଏବେ ସୁସ୍ଥ ଥିବାରୁ ତାକୁ ଖୁବଶୀଘ୍ର ଏସିବିରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି ।
ଜଗା ଡିସଚାର୍ଜ ହେବା ପରେ କନ୍ଧମାଳ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଅଧିନରେ ଜଗା ଚିକିତ୍ସିତ ହେବ । ଏସସିବିରେ ରହିବାରେ ଆର୍ଥିକ ସମସ୍ୟା ଦେଖାଦେବାରୁ ଜଗାର ମା” ପୁଷ୍ପାଞ୍ଜଳି କହଁର କନ୍ଧମାଳ ସ୍ଥିତ ନିଜ ଘରକୁ ଫେରିଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଜଣାଇଥିଲେ। କନ୍ଧମାଳ ଜିଲ୍ଲାପାଳ ଏ ସଂପର୍କରେ ସରକାରଙ୍କୁ ଜଣାଇଥିଲେ।
କନ୍ଧମାଳ ଫିରିଙ୍ଗିଆ ମେଳୁପଡାର ଯୋଡାମୁଣ୍ଡ ଶିଶୁ ଥିଲେ ଜଗା ଓ ବଳିଆ । ।ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ସେମାନଙ୍କ ମୁଣ୍ଡ ଅଲଗା ହୋଇଥିଲା । ଦିଲ୍ଲୀରୁ ଫେରିବା ପରେ ଚିକିତ୍ସଧୀନ ଅବସ୍ଥାରେ କାଳିଆ ଆଖି ବୁଜିଥିଲା ।