ଜଗତସିଂହପୁର (ଏଟିଆର ବ୍ୟୁରୋ): ବାଜି ସାରିଛି ଉପନିର୍ବାଚନ ବିଗୁଲ । ଚାଲିଛି ପ୍ରାର୍ଥୀପତ୍ର ଦାଖଲ । ଜଗତସିଂହ ପୁର ତିର୍ତ୍ତୋଲରେ କେଉଁ ଦଳ ବାଜି ମାରିବ ସେନେଇ ରାଜନୀତି ସରଗରମ । ବିଭିନ୍ନ ଦଳ ମଧ୍ୟରେ ତୁହାକୁ ତୁହା ବସୁଛି ବୈଠକ । ଏହାରି ମଧ୍ୟରେ ତିର୍ତ୍ତୋଲ ବ୍ଲକ ପଟିଲୋ ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ରଥଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।
ଏହି ବୈଠକରେ ତୃଣ ମୂଳ ସ୍ତରରେ ବିଜେଡିର ସଂଗଠନ ସ୍ଥିତି କିଭଳି ସୁଦୃଢ ରହିବ ସେନେଇ ଆଲୋଚନା ହୋଇଛି । ବିଶେଷ କରି କିଭଳି ପଞ୍ଚାୟତର ଶତପ୍ରତିଶତ ଭୋଟ ବିଜେଡି ଖାତାକୁ ଯିବ ସେ ବିଷୟରେ ଆଲୋଚନା ହୋଇଛି । ଦଳ ଯାହାକୁ ବି ପ୍ରାର୍ଥି ଭାବେ ଚୟନ କରିବ ତାକୁ ସମର୍ଥନ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । କୋଭିଡ କଟକଣା ସମେତ ସାମିଜିକ ଦୂରତା ନିୟମ ପୂର୍ବକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ ଚିତ୍ତରଞ୍ଜନ ରଥ ସଭାପତିତ୍ୱ କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ବିଶ୍ୱାଳ, ସୁଜାତା ମହାନ୍ତି, ଲିପାଲି ରାଉଲ, ଓମ ପ୍ରକାଶ ନାୟକ, ସନ୍ଧ୍ୟାରାଣୀ ମହାନ୍ତି, ବସନ୍ତ ବିଶ୍ୱାଳ ଏବଂ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।