ମୁମ୍ବାଇ(ଏଟିଆର ବ୍ୟୁରୋ):ବର୍ତ୍ତମାନ ବଲିଉଡର ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଏବେ ଫ୍ୟାନ୍ସମାନେ ଅନେକ ଷ୍ଟାରଙ୍କ ଉପରେ ନଜର ରଖୁଛନ୍ତି । ଯିଏ ବି କୌଣସି ଫିଲ୍ମ ପ୍ରମୋସୋନରେ ଆସୁଛନ୍ତି ତାଙ୍କୁ ପ୍ରଥମେ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି । ତେବେ ୟାମି ଏବେ ସୁଦ୍ଧା ଅନେକ ଦମଦାର ଫିଲ୍ମରେ କାମ କରି ସାରିଛନ୍ତି। ୟାମି ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ,କିନ୍ତୁ ଏବେ ସେ ବଡ଼ ପରଦାରେ ମଧ୍ୟ ଉଭା ହୋଇ ସାରିଛନ୍ତି। ୟାମି ଗୌତମଙ୍କ ‘ଗିନ୍ନି ୱେଡ୍ସ ସନ୍ନି’ ନିକଟରେ ରିଲିଜ ହୋଇଛି। ଏହି ଫିଲ୍ମକୁ ଭଲ ରିଭ୍ୟୁ ମିଳିଛି କିନ୍ତୁ ୟାମିଙ୍କ ପରଫର୍ମାନ୍ସର ମଧ୍ୟ ଖୁବ୍ ତାରିଫ ହେଉଛି। ଏହି ଫିଲ୍ମ ରିଲିଜ ହେବା ପରେ ଟ୍ୱିଟର ପ୍ରଶଂସକଙ୍କ ପାଇଁ ହ୍ୟାଶଟ୍ୟାଗ୍ ଆସ୍କ ଭାଇଜୀ ସେସନ ରଖିଥିଲେ। ଏଥିରେ ପ୍ରଶଂସକମାନେ ୟାମିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ତାଙ୍କୁ ଡ୍ରଗ୍ସ ନେବା ସମ୍ବନ୍ଧୀୟ ଏକ ପ୍ରଶ୍ନ ପଚରାଯାଇଥିଲା। ଗତ କିଛି ଦିନରୁ ଡ୍ରଗ୍ସ ବ୍ୟବହାର ଉପରେ ଖୁବ୍ ଚର୍ଚ୍ଚା ଚାଲିଛି। ଲୋକଙ୍କ ମତରେ କେତେକ ବଲିଉଡ ଷ୍ଟାର ମଧ୍ୟ ଡ୍ରଗ୍ସ ନିଅନ୍ତି। ଥରେ ପ୍ରଶଂସକ ୟାମିଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ଡ୍ରଗ୍ସ ନିଅନ୍ତି କି? ସେ ପଚାରିଥିଲେ ଯେ ଓପନ ପ୍ଲାଟଫର୍ମରେ ଏପରି ପ୍ରଶ୍ନ ପଚାରିବା ବୋକାମି ହୋଇପାରେ,କିନ୍ତୁ ଯଦି ଆପଣ ଡ୍ରଗ୍ସ ନିଅନ୍ତି ତେବେ ତାଙ୍କ ମନ ଭାଙ୍ଗିଯିବ। ନିଜ ପ୍ରଶଂସକଙ୍କ ପାଇଁ କହି ଦିଅନ୍ତୁ ଯେ ସେ ଡ୍ରଗ୍ସ ନିଅନ୍ତି ନାହିଁ। ସେ ଡ୍ରଗ୍ସ ନିଅନ୍ତି ନାହିଁ,ସେ ଏହାର କଡ଼ା ବିରୋଧ କରନ୍ତି ବୋଲି ୟାମି କହିଥିଲେ । ଏହି ସେସନରେ ତାଙ୍କର କିଛି ପ୍ରଶଂସକମାନେ ତାଙ୍କ ପ୍ରିୟ ଫିଲ୍ମ ବିଷୟରେ ପଚାରିବାରୁ ୟାମୀ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍ କହିଥିଲେ।ୟାମି ତାଙ୍କ ନୂଆ ଫିଲ୍ମକୁ ନେଇ ବହୁତ ଏକ୍ସାଇଟେଡ୍ ଅଛନ୍ତି । ସେ ଆଗକୁ ବି ଅନେକ ଭଲ ଭଲ ପ୍ରୋଜେକ୍ଟରେ ଆସିବେ ବୋଲି କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024