ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁରୀର ବିକାଶ ସାଙ୍ଗକୁ ବହୁ ଚର୍ଚ୍ଚିତ ଐତିହାସିକ ଜଗନ୍ନାଥ କରିଡର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ତ୍ତ ବିଭାଗ ଦ୍ୱାରା ଭୁବନେଶ୍ୱରରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକଟି ସେତୁ ଭବନରେ କରାଯାଇଥିଲା । ଅନୁଷ୍ଠିତ ହୋଇଯାଇଥିବା ଏହି ପ୍ରଥମ ବୈଠକରେ ସାଧାରଣ ଲୋକଙ୍କ ପାଖରୁ ମତାମତ ନିଆଯିବା ପରେ ଐତିହ କରିଡର ପାଇଁ ବୈଠକ କରାଯାଇଛି । ଗଜପତି ମହାରାଜା , ପୂର୍ତ୍ତ ସଚିବ କିଶନ କୁମାର, ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ, ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।
ବୈଠକରେ ଫେବୃଆରୀ ଶେଷ ବେଳକୁ ଐତିହ କରିଡର ର ପ୍ଲାନ ପ୍ରସ୍ତୁତ ହେବ ବୋଲି ସ୍ଥିର କରାଯାଇଛି । ଅନ୍ୟପଟେ ପୁରୀକୁ ବିଶ୍ୱ ଐତିହ ସ୍ଥଳିରେ ସାମିଲ କରିବା ପାଇଁ ଶ୍ରୀମନ୍ଦିର ୭୫ମିଟର ଉଚ୍ଛେଦ କରାଯାଇ ଏହାର ଉନ୍ନତିକରଣ କରାଯାଉଛି । ଗତକାଲି ନୃସିଂହ ଆଚାରୀ ମଠ ମାଟିରେ ମିଶିବା ପରେ ଆଜି ପୁରାତନ କଟକୀ ମଠ ଉଚ୍ଛେଦ କାର୍ୟ୍ୟ ଆରମ୍ଭ ହୋଇଛି। ଉଚ୍ଛେଦ କାର୍ୟ୍ୟରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ, ଦୁଇଜଣ ମାଜିଷ୍ଟ୍ରେଟ୍, ଚାରୋଟି ଜେସିବି ମୁତୟନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉତ୍ତ୍ଵାବଧାନରେ ଉଚ୍ଛେଦ କାର୍ୟ୍ୟ ଜାରି ରହିଛି।