ପୁରୀ(ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ବସିଥିଲା । ଗଜପତି ମହାରାଜ ଦିବ୍ୟସିଂଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପରେ ନିଷ୍ପତ୍ତି ନିଆଯାଇଛି । ଏଣିକି ମନ୍ଦିରର ସେବାୟତଙ୍କୁ ମିଳିବ ଘର । ମହାପ୍ରଭୁଙ୍କ ସେବାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କୁ ଘର ଯୋଗାଇ ଦିଆଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।
ପ୍ରାୟ ୪ଶହ ପରିବାରକୁ ଘର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଏଥିପାଇଁ ପୁରୀରେ ୮ ଏକର ଜମିର ବ୍ୟବସ୍ଥା କରାଯାଇଛି । । ପ୍ରତି ସେବାୟତଙ୍କ ପରିବାରକୁ ୬୦୦ ବର୍ଗଫୁଟରେ ଘର ପାଇଁ ପ୍ଲଟ ମିଳିବ । ଏହା ସହ ସେବାୟତଙ୍କ ଘର ତିଆରି କରିବା ପାଇଁ ୨ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ଆଜି ବୈଠକରେ ନିଷ୍ପତ୍ତି ହୋଇଛି ।
ସେହିପରି ଆସନ୍ତାବର୍ଷଠାରୁ ଶ୍ରୀମନ୍ଦିରରେ ଗୁରୁକୁଳ ଆରମ୍ଭ କରିବା ପାଇଁ ବ୍ଲୁପ୍ରିଣ୍ଟି ପ୍ରସ୍ତୁତ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଗୁରୁକୁଳ ସୋସାଇଟି ମଧ୍ୟ ଗଠନ କରାଯିବ । ୧୭ ଏକର ଜିମରେ ମାଟିତୋଟାରେ ଗୁରୁକୂଳକୁ ମିଳିବ । ଏହି ସୋସାଇଟିର ଚେୟାରମ୍ୟାନ ରହିବେ ଗଜପତି ମହାରାଜ । ଏହି ଗୁରୁକୁଳ ପାଇଁ ଓଡିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଅନ୍ୟପଟେ ରଥ ଚକ ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଣିକି ରଥଯାତ୍ରା ପରେ ଭକ୍ତଙ୍କୁ ମାଗଣାରେ ରଥ ଚକ ଦିଆଯିବ । ଏଥି ନିମନ୍ତେ ସ୍ୱତନ୍ତ୍ର ଭାବେ ଏକ ସବ କମିଟି ଗଠନ କରାଯାଇଛି । ହେରିଟେଜ କରିଡର ପାଇଁ ଅନେକ ଅନୁମୋଦନ ହୋଇଛି ।