ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଭୁବନେଶ୍ୱରର ୧୩ ଟି ଜିଲ୍ଲାରେ ଆରମ୍ଭ ହେବ ସାଇକ୍ଲୋଥନ । ଏହାର ଟାଇଟଲ ରହିଛି ଟୁର ଡେ ଏକାମ୍ର । ଆଜି ସକାଳ ୭ ଟାରେ ଶହ ଶହ ଲୋକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ବାହାରିଛନ୍ତି ।ଏହି ମେଗା ଦୁଇଟି ବର୍ଗରେ ଆୟୋଜିତ ହେଇଛି । ଅଂଶଗ୍ରହଣକାରୀମାନେ ଗୋଟିଏ ବର୍ଗରେ ୫୦ କମି ଦୂରତା ଯିବେ ଓ ଅନ୍ୟ ବର୍ଗଟି ୨୬ କିମି ଦୂରତା ଅଞ୍ଚଳ ପର୍ଯ୍ୟନ୍ତ ଯିବେ ।
କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଗୋଟେ ଦଳ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯିବେ ଓ ଅନ୍ୟ ଏକ ଦଳ ଚଉଷଠି ଯୋଗିନର ମନ୍ଦିର ଓ ଧଉଳିସ୍ତୁପ ଯାଏଁ ଯିବେ । ଏହାର ଉଦଘାଟନ କରିଛନ୍ତି ଶିଲ୍ପ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର , ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , କ୍ରୀଡା ଓ ସଂସ୍କୃତି ସଚିବ ଦେବ ବିଶାଳ ଦେବ । ଓଲିଉଡ ଜଗତର ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୈାଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଆଇଓସିଏଲ , ବିପିସିଏଲ , ଏଚପିସିଏଲ , ଓ ଜିଏଆଇଏଲ ପକ୍ଷରୁ କାର୍ଯ୍ୟକ୍ରମ କରାଯିବ । ତୈଳ ଓ ଗ୍ୟାସ ସଂରକ୍ଷଣ ନେଇ ଏହାର ସଜେତନ କରାଯିବ । ଅନୁଗୁଳ , ଢେଙ୍କାନାଳ , ଦେବଗଟ , ସମ୍ବଲପୁର , ଗଜପତି , ପୁରୀ, ରାଇରକେଲା , କଳାହାଣ୍ଡି , କଟକ ଓ ଭଦ୍ରକରେ ହେବ ସାଇକ୍ଲୋ୍ଥନ ହେବ ।