ଭଦ୍ରକ (ଏଟିଆର ବ୍ୟୁରୋ); ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ମେଲୋଡି କୁଇନ ପ୍ରଭାତୀ ଜେନା । ଯାହାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଭଦ୍ରକ ଜିଲ୍ଲାରେ ମେଲୋଡି ପାର୍ଟିରେ ଗୀତ ଗାଇ ବେଶ ପରିଚିତ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ । କିନ୍ତୁ ପ୍ରେମ ଜନିତ ମାମଲା ପାଇଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ । ଯାହାକୁ ପୋଲିସ ଜବତ କରିଛି । ଏହି ଚିଠି ସହ ତାଙ୍କ ମୋବାଇଲକୁ ମଧ୍ୟ ଜବତ ରଖିଛି ପୋଲିସ ।
ମିଳିଥିବା ସୂଚନା ମୁତାବକ ଶୁକ୍ରବାର ପ୍ରଭାତୀ ରାତିରେ କିଛି ଖାଇନଥିଲେ । ଏବଂ ସେ ବହୁତ ଚିନ୍ତାରେ ଥିଲା ଭଳି ଲାଗୁଥିଲେ ବୋଲି ପରିବାର ଲୋକ କହିଛନ୍ତିି । ପରେ ଆଜି ସକାଳେ ଯୁକ୍ତ ୨ରେ ପଢ଼ୁଥିବା ସାନ ଭଉଣୀ ଏବଂ ସେ ଗୋଟିଏ ରୁମରେ ଥିଲେ । ମାତ୍ର ୧୦ଟା ବେଳକୁ ସାନ ଭଉଣୀକୁ ଅନ୍ୟ ଏକ ରୁମକୁ ପଠାଇ ଦେଇଥିଲେ । ଏବଂ ପରେ ବେଗରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡିଥିଲେ । କିଛି ସମୟ ଘର ବନ୍ଦ ରହିବା ପରେ ଯେତେ ଡାକିଥିଲେ ମଧ୍ୟ ଶୁଣି ନଥିଲେ । ସନ୍ଦେହ ହେବାରୁ ଘର କବାଟ ଖୋଲି ଦେଖିବା ବେଳକୁ ଫ୍ୟାନରେ ଝୁଲୁଥିବା ଦେଖିଥିଲେ ପରିବାର ଲୋକ । ପରେ ପୋଲିସ ଖବର ପାଇବା ପରେ ଶବକୁ ଉଦ୍ଧାର ବ୍ୟବଛେଦ ପାଇଁ ପଠାଇ ଦେଇଛି ।
୨୨ ବର୍ଷୀୟ ପ୍ରଭାତୀ ବହୁତ କମ ସମୟ ମଧ୍ୟରେ ସୁମଧୁର କଣ୍ଠ ପାଇଁ ଭଦ୍ରକ ଜିଲ୍ଲା ବେଶ ଚିହ୍ନାମୁହଁ ପାଲଟି ଯାଇଥିଲେ । ତେବେ ସେ କାହିଁକି ହଠାତ ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି । ଏହି ଆତ୍ମହତ୍ୟା ପଛରେ ପ୍ରେମ ଓ ପ୍ରତାରଣର କାରଣ ଥାଇପାରେ ବୋଲି ଅନୁମାନ କରାଯାଇଛି । କାରଣ ସେ ନିଜ ମୋବାଇଲର ସବୁ ମେସେଜ ଏବଂ କଲ ରେକର୍ଡକୁ ଡିଲେଟ କରି ଦେଇଛନ୍ତି । ଏଣୁ ସନ୍ଦେହ ଘେରରେ ରହିଛି ତାଙ୍କ ମୃତ୍ୟୁ । ତେବେ ସେ ମରିବା ପୂର୍ବରୁ ଏକ ସୁଇସାଇଡ ନୋଟ ମଧ୍ୟ ଲେଖିଛନ୍ତି । ଏଥିରେ ଲେଖାଅଛି ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଭାତୀ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।