ଅକଲାଣ୍ଡ (ଏଟିଆର ବ୍ୟୁରୋ); ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ତଥା ନିର୍ଣ୍ଣାୟକ ଟି-୨୦ ଖେଳାଯିବ । ୧-୧ରେ ସିରିଜ ବରାବର ରହିଥିବାରୁ ଶେଷ ମ୍ୟାଚଟି ଜିତି ସିରିଜ ହାତେଇବା ଲକ୍ଷରେ ଉଭୟ ଦଳ ପଡିଆକୁ ଓହ୍ଲାଇବେ । ତେବେ ଭାରତ ଯଦି ତୃତୀୟ ଟି-୨୦ ଜିତିଯାଏ ତେବେ ଭାରତ ଦୁଇଟି ରେକର୍ଡ କରିବ । ପ୍ରଥମ ରେକର୍ଡଟି ହେଉଛି ନ୍ୟୁଜିଲାଣ୍ଡ ମାଟିରେ ଘରୋଇ ଦଳକୁ ହରାଇ ଟି-୨୦ ସିରିଜ ହାତେଇବ । ଏବଂ ଦ୍ୱିତୀୟଟି ହେଉଛି ଭାରତ ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ଜିତି ଅନ୍ୟ ଏକ ରେକର୍ଡ ସୃଷ୍ଠି କରିବ ।
ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ଥାନ ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ଜିତି ୧ ନମ୍ବର ସ୍ଥାନରେ ରହିଛି । ପାକିସ୍ଥାନ ୨୦୧୮ ଜାନୁଆରୀ ୧ରୁ ଫେବୃଆରୀ ୮ ମଧ୍ୟରେ ୧୯ଟି ମ୍ୟାଚ ଖେଳି ୧୬ଟି ଜିତିଥିବା ବେଳେ ୩ଟି ହାରିଛି । ଭାରତ ୨୦ଟି ମ୍ୟାଚ ଖେଳି ୧୫ଟି ଜିତିଛି । ଏଣୁ ଆସନ୍ତା ମ୍ୟାଚରେ ଯଦି ଭାରତ ଜିତି ଯାଏ ତେବେ ୧୬ଟି ମ୍ୟାଚ ଜିତି ପାକିସ୍ଥାନ ସମକକ୍ଷ ହେବ । ସେପଟେ ନ୍ୟୁଜିଲାଣ୍ଡରେ ଭାରତ ଗୋଟିଏ ବି ଟି-୨୦ ଜିତିନଥିଲା । ମାତ୍ର ଦ୍ୱିତୀୟ ମ୍ୟାଚଟି ଜିତିବା ପରେ ନୂଆ ରେକର୍ଡ କରିଥିଲା । ତେବେ ସିରିଜ ଜିତିବା ଭାରତ ପାଇଁ ବହୁତ ବଡ ସୌଭାଗ୍ୟର କଥା ଏବଂ ଅଲୋଡା ରେକର୍ଡ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରି ଚାଲିଛି ଭାରତ । ଅଷ୍ଟ୍ରେଲିଆରେ ୩ଟି ଫର୍ମାଟରେ ସିରିଜ ବିଜୟ ପରେ ନୂଆ ରେକର୍ଡ କରିଥିଲା । ପ୍ରଥମ ଏସୀୟ ଦଳ ଭାବରେ ଘରୋଇ ମାଟିରେ କଙ୍ଗାରୁ ଦଳକୁ ହରାଇବାରେ କିର୍ତ୍ତୀ ଅର୍ଜନ କରିଥିଲା । ଏଣୁ ଆସନ୍ତା କାଲି ହେବାକୁ ଥିବା ମ୍ୟାଚଟି ଭାରତ ଜିତିବା ସହିତ ନୂଆ ରେକର୍ଡ କରିବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ସେପଟେ ଭାରତୀୟ ଖେଳଳାଳିମାନେ ଫୁଲ ଫର୍ମରେ ଥିବାରୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମଧ୍ୟ ଆଶା କରାଯାଇଛି । ଚଳିତ ବର୍ଷ ଭାରତ ୨୦୧୮ରେ ନିଦାଶ ଟ୍ରଫି ସମେତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷରେ ୧୯ଟି ଟି-୨୦ ଖେଳିଥିଲା। ଭାରତ ଏହି ସମସ୍ତ ଦଳଗୁଡ଼ିକ ବିପକ୍ଷ ଟି-୨୦ ସିରିଜ୍ରେ ଜିତିଥିବା ବେଳେ ଅଷ୍ଟ୍ରେଲିଆ ସହ ୧-୧ରେ ସିରିଜ୍ ବରାବର ରଖିବାକୁ ସକ୍ଷମ ହୋଇଥିଲା। ୧୯ଟି ମ୍ୟାଚ୍ରୁ ଟିମ୍ ଇଣ୍ଡିଆ ୧୪ଟିରେ ଜିତିଥିବା ବେଳେ ୪ଟିରେ ହାରିଥିଲା। ସେହିପରି ଗୋଟିଏ ମ୍ୟାଚ୍ର ଫଳାଫଳ ବାହାରି ପାରି ନଥିଲା।