ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି କାଲି ଦୁଶ୍ଚିନ୍ତା ବା ଷ୍ଟ୍ରେସ ସବୁଠୁ ଗୋଟେ ବଡ ରୋଗ ପାଲଟି ଗଲାଣି । ଟେକନୋଲୋଜି ଯେତେ ଆଗକୁ ଯାଉଛି ମଣିଷ ତାହା ସହିତ ନିଜକୁ ତାଳ ଦେଇ ବଦଳିବାରେ ଲାଗିଛି । ସେ ଅଫିସ ହେଉକି ଘରୋଇ କଥା । ଛୋଟଛୋଟ କଥାକୁ ନେଇ ଇଆଡୁ ସିଆଡୁ କଥା ଚିନ୍ତା କରିଥାନ୍ତି ଅନେକ ଲୋକ । ଯାହା ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ । ମାନସିକ ଅବସାଦ ମଣିଷକୁ ବହୁତ ଅଡୁଆରେ ପକାଇଥାଏ ।
ଏମିତିକି ମାନସିକ ଅବସାଦ ମଣିଷକୁ ପାଗଳ ମଧ୍ୟ କରିଦେଇ ପାରେ । ସମୟର ଅଭାବ ହେଉ ଅବା ନିଜର ଅଭ୍ୟ।।ସ, ମଣିଷ ମଣିଷ ଭିତର ଦୁଃଖ ସୁଖ ବାଣ୍ଟିବାକୁ ଆଉ କାହା ପାଖରେ ସମୟ ନାହିଁ । ମୋବାଇଲ ଆଉ ଇଣ୍ଟରନେଟରେ ଘଣ୍ଟାଘଣ୍ଟା ସମୟ ଦେଉଛୁ ହେଲେ କାହା ସହିତ ଦୁଇପଦ ଆରାମରେ ବସି କଥା ହେବାକୁ କିନ୍ତୁ ଆମକୁ ସମୟ ମିଳୁନି ।
ସୋସିଆଲ ମିଡିଆରେ ଯେତେ ଚଳଚଞ୍ଚଳ ରହିଲେ ବି ମାନସିକ ଅବସାଦ କେବେ ହେଲେ ଦୂର ହୋଇ ନଥାଏ । ସେଥି ପାଇଁ ଜଣେ ଅନ୍ୟଜଣଙ୍କ ଖୁସିରେ ଦୁଇପଦ କଥା ଦରକାର । ନିଜକୁ ଅନ୍ୟମାନଙ୍କ ସହିତ କଥା ହେବା ଦରକାର ନିଜର ଦୁଃଖ ଆଉ ସୁଖ ବାଣ୍ଟିବା ଦରକାର । ମାନସିକ ଅବସାଦ ଦୂର କରିବାକୁ ହେଲେ ପ୍ରଥମେ ନିଜକୁ ଏକା ରହିବାକୁ ଦିଅନ୍ତୁ ନାହିଁ ।