ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଣି ଭିଜିଲାନ୍ସ ହାବୁଡରେ ଜଣେ ଶିକ୍ଷୟତ୍ରୀ । ଆୟ ବହିର୍ଭୂତ ଓ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ୟୁନିଟ-୬ରେ ଥିବା ସିଟି ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଶିକ୍ଷୟତ୍ରୀ ଜଣଙ୍କ ହେଉଛନ୍ତି ତିଳୋତ୍ତମା ମାହାନ୍ତି । ତିଳୋତ୍ତମା ସିଟି ସ୍କୁଲରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତିଳୋତ୍ତମା ପାଖରେ ତାଙ୍କ ଆୟ ଠାରୁ ୧.୪୫ କୋଟି ଟଙ୍କା ଅଧିକ ଆୟ ଠାବ କରାଯାଇଛି । ଆଜି ସକାଳେ ଭିଜିଲାନ୍ସର ୩ଟି ଟିମ ତାଙ୍କ ସରକାରୀ ବାସଭବନ, ସିଟି ସ୍କୁଲ ଓ ବାଳିଅନ୍ତା ଠାରେ ଥିବା ଘରରେ ଚଡାଉ କରିଥିଲେ ।
ଚଡାଉ ସମୟରେ ଜଣାପଡିଛି ତିଳୋତ୍ତମାଙ୍କ ନାମରେ ଜଟଣୀରେ, ଭୁବନେଶ୍ୱର , ଅରୁଗୁଲୁ, ଚନ୍ଦକା, ସୁନ୍ଦରପଦା, ଉତ୍ତରା, ପିପିଲିରେ ୯ଟି ପ୍ଲଟ ରହିଛି । ସେହିପରି ଉତ୍ତରାରେ ୩ମହଲା ଘର, ବାଲିଅନ୍ତାରେ ଦୁଇ ମହଲା ଘର ଥିବାର ଜଣାପଡିଛି । ଏହା ସହିତ ତିଳୋତ୍ତମାଙ୍କ ନାମରେ ୧୦ଟି ବ୍ୟାଙ୍କ ଆକାଉଣ୍ଟ, ୩୫ଲକ୍ଷ ଟଙ୍କାର ଫିକ୍ସ ଡିପେଜିଟ, ୩କୋଟି ଟଙ୍କାର ଏଲଆଇସି, ଦାମୀ କାର ଓ ବହୁ ସୁନାଗହଣା ଠାବ କରାଯାଇଛି । ଭିଜିଲାନ୍ସ ତିଳୋତ୍ତମାଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି ।