ବଲାଙ୍ଗିର (ଏଟିଆର ବ୍ୟୁରୋ): ପ୍ରତି ସ୍କୁଲକୁ ଯୋଗାଇ ଦିଆଯାଉଛି ଉନ୍ନତ ମାନର ମଧ୍ୟାହ୍ନ ଭୋଜନ । ଏହାର ବାସ୍ତବ ରୂପ ଯେ ସମ୍ପୂର୍ଣ୍ଣ ଓଲଟା ତାହା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲାରେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ସ୍ପଷ୍ଟ ଜଣାପଡୁଛି କି ପିଲା ମଧ୍ୟାହ୍ନ ଭୋଜନ ବଦଳରେ ପିଲାଙ୍କ ପାଖରେ ରହିଛି ମୁଢୀ ଆଉ ମିଶ୍ଚର । ଯାହା ଏବେ ସବୁଠୁ ଚର୍ଚ୍ଚାରେ ବିଷୟ ପାଲଟିଛି ।
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ଗୋଟେ ଯୋଜନା ହେଉଛି ମଧ୍ୟାହ୍ନ ଭୋଜନ ଯୋଜନା । ଏହି ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାମାନଙ୍କ ପାଇଁ ଭାତ, ଡାଲି , ଅଣ୍ଡା ଆଦି ଦିଆଯାଇଥାଏ । ମାତ୍ର ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ବଦଳରେ ପିଲାଙ୍କୁ ଦିଆଯାଇଛି ମୁଢୀ । ହେଲେ ଏଠି ପ୍ରଶ୍ନ ଉଠୁଛି କି ସରକାରଙ୍କ ପକ୍ଷରୁ ପିଲାମାନଙ୍କ ପାଇଁ ଆସୁଥିବା ଖାଦ୍ୟ ଯାଉଛି କୁଆଡେ ।
ଖବରମୁତାବକ, ଗତ ଅଗଷ୍ଟ ୧୬ ଏବଂ ୧୭ ତାରିଖରେ ବିଦ୍ୟାଳୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ମୁଢୀ ଖାଇବାକୁ ଦିଆଯାଇଥିଲା । ଏନେଇ ଖବର ପାଇ କିଛି ଲୋକ ମଧ୍ୟାହ୍ନ ଭୋଜନ ସମୟରେ ଯାଇ ବିଦ୍ୟାଳୟରେ ପହଁଥିଲେ ଏବଂ ସେଠାରେ ପିଲାମାନେ ମଧ୍ୟାହ୍ନ ଭୋଜନରେ ମୁଢୀ ଖାଉଥିବାର ଦେଖିବା ପରେ ଏହାର କିଛି ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଥିଲେ ।