ମାଲକାନଗିରି (ଏଟିଆର ବ୍ୟୁରୋ): ପ୍ରେମ ପାଇଁ ଭିନ୍ନ ଜାତି ହେଲା କାଳ । ଆଜ୍ଞା ହଁ ଅଲଗା ଜାତିରେ ପ୍ରେମ କରିବାରୁ ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ନାବାଳକକୁ ପ୍ରଥମେ ପଥରରେ ଛେଚି ପରେ ବିଲରେ ଫିଙ୍ଗି ଦେଇଛନ୍ତି କିଛି ଦୁର୍ବୃତ୍ତ । ଏଭଳି ଏକ ବିଭତ୍ସକାଣ୍ଡ ମାଲକାନଗିରି ଜିଲ୍ଲା ଖଇରପୁଟ ଥାନା କଦମଗୁଡା ଗାଁରେ ଦେଖିବାକୁ ମିଳିଛି । ମୃତ ନାବଳକ ଜଣକ ହେଲେ ପବିତ୍ର ଖିଲ (୧୭) ବୋଲି ଜାଣିବାକୁ ମିଳିଛି ।
ନାବାଳକର ମୃତ ଦେହ ଅନ୍ୟ ଏକ ଗାଁର ଜମିରୁ ଉଦ୍ଧାର କରାଯାଇଛି । ଘଟଣାରେ ପୋଲିସ ପହଁଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।
ଖବରମୁତାବକ, ନାବାଳକ ଜଣକ ସେହି ଗାଁର ଏକ ଯୁବତୀକୁ ପ୍ରେମ କରୁଥିଲେ । ମାତ୍ର ଦୁହିଁଙ୍କ ଜାତି ଅଲଗା ହୋଇଥିବାରୁ ପରିବାର ଲୋକେ ରାଜିନଥିଲେ । ହେଲେ ଏବେ ନାବାଳକର ମୃତ୍ୟୁକୁ ନେଇ ଝିଅର ପରିବାର ଲୋକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପୁଅର ପରିବାର ।