ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଗତକାଲି ୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିଲେ । ଯାହାକୁ ନେଇ ରାଜବାସୀ ଟିକେ ଆସ୍ୱସ୍ଥ ହୋଇଥିଲେ । ହେଲେ ଆଜି ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬ କୁ ପହଞ୍ଚିଛି ।
ତେବେ ସଂକମିତ କେଉଁ ଅଞ୍ଚଳର ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି।