କନ୍ଧମାଳ (ଏଟିଆର ବ୍ୟୁରୋ); ପୁଣି ଏକ ଲଜ୍ଜା ଘଟଣା ନଜରକୁ ଆସିଲା । ଆଉ ଜଣେ ନାବାଳିକା ଛୁଆ ଜନ୍ମ ଦେଇଛନ୍ତି । ଦୁର୍ଭାଗ୍ୟ ବଶତଃ ନବଜାତ ପୁତ୍ର ସନ୍ତାନଟି ମରିଯାଇଛି । ତେବେ ଏଭଳି ଲଜ୍ଜା ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଜାରି କରିବା ସହ ଅଭିଯୁକ୍ତ ନାଁରେ ଏକ ମାମଲା ରୁଜୁ କରିଛି । ସେପଟେ ନାବାଳିକା ଫୁଲବାଣୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ନାବାଳିକା ଗର୍ଭବତୀ ହେବା ପରେ କନ୍ଧମାଳ ଜିଲ୍ଲାରେ ୮ ଦିନରେ ଏଭଳି ୫ଟି ଘଟଣା ନଜରକୁ ଆସିଛି ।
ପୋଲିସ ରିପୋର୍ଟ ମୁତାବକ ନାବାଳିକା ଛାତ୍ରୀ ଜଣକ ଦଶମ ଫେଲ ହେବା ପରେ ଘରେ ରହୁଥିଲେ । ଗାଁର ଜଣେ ଭାଇ ସହ ତାଙ୍କର ପ୍ରେମ ହୋଇଥିଲା । ଉଭୟଙ୍କ ପ୍ରେମ କଥା ଘର ଲୋକଙ୍କୁ ମଧ୍ୟ ଜଣାଥିଲା । ଏଣୁ ଉଭୟଙ୍କ ମଧ୍ୟରେ ବହୁ ବାର ଶାରିରୀକ ସମ୍ପର୍କ ମଧ୍ୟ ରହିଥିଲା । ତେବେ ପରେ ନାବାଳିକା ଗର୍ଭବତୀ ହେବା କଥା ଜାଣିବା ପରେ ବାହାଘର ପ୍ରସ୍ତାବ ଦେଇଥିଲେ । ମାତ୍ର ଏହାକୁ ମନା କରି ଦେଇଥିଲେ ଯୁବକ । ସେ ଗର୍ଭନଷ୍ଟ କରିବା ପାଇଁ କହିଥିଲେ । ଏବଂ ଏୟସେ ଏଥିରେ ସଫଳ ହୋଇନଥିଲେ ।
ଗତକାଲି ବିଳମ୍ବିତ ରାତିରେ ଝିଅ ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କୁ ପ୍ରଥମେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତେବେ ମା ଏବଂ ଛୁଆର ଅବସ୍ଥା ସଙ୍କଟାପର୍ଣ୍ଣ ହେବା ପରେ ଦୁହିଁଙ୍କୁ ଫୁଲବାଣୀ ହସ୍ପିଟାଲକୁ ପଠାଇ ଦେଇଥିଲେ। ସେଠାରେ ଛୁଆଟି ମରି ଯାଇଥିଲା । ପୋଲିସ ଖବର ପାଇବା ପରେ ଅପମୃତ୍ୟୁ ମାମଲା ରୁଜୁ କରିଛି ।