କେନ୍ଦୁଝର (ଏଟିଆର ବ୍ୟୁରୋ): ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ । ଏକୁଟିଆର ପୂରା ଫାଇଦା ଉଠାଇଲା । ଭୁଲିଗଲା ମଣିଷ ପଣିଆ । ଶେଷରେ ନିଜ ଦେହର ଭୋକ ମେଣ୍ଟାଇଲା ଜଣେ ନାବାଳିକ ସହ । ଆଜ୍ଞା ହଁ ଘରେ ନାବାଳିକାକୁ ଏକୁଟିଆ ଥିବାର ଦେଖି ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅଞ୍ଚଳରେ ଘଟିଛି ।
ଗତକାଲି ନାବାଳିକାକୁ ଘରେ ଛାଡି ବାପା-ମା’ ବାହାରକୁ ମଜୁରିଆ କାମ କରିବାକୁ ଯାଇଥିଲେ । ମାତ୍ର ଏହାକୁ ନଜରରେ ରଖିଥିଲା ଜଣେ ଯୁବକ । ବାପା-ମା ଘରୁ ବାହାରକୁ ଯିବା ପରେ ଯୁବକ ଜଣକ ଘରେ ପଶି ନାବାଳିକା ସହ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ଯୁବକ ଜଣକ କିଏ ସେନେଇ କୌଣସି ସୂଚନା ମିଳିନାହିଁ । ଘଟଣାରେ ପୋଲିସ ତଦନ୍ତ ଚଳାଇଛି ।