କନ୍ଧମାଳ ( ଏଟିଆର ବ୍ୟୁରୋ): ଘରେ କେହି ନଥିବାର ସୁଯୋଗ ନେଇ ଜଣେ ନାବଳିକାକୁ ଘରେ ପସି ଦୁଷ୍କର୍ମ କଲେ ପଡୋଶୀ । ଏମିତି ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ । ସୁଚନା ଅନୁସାରେ ଗତକାଲି ରାତିରେ ଘଟିିଛି ଏହି ଅଘଟଣ । ନାବାଳିକାଙ୍କର ପରିବାର ଲୋକ କୌଣସି କାମ ପାଇଁ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ପାଖ ପଡୋଶୀ ଜଣକ ନାବାଳିକା ଘରକୁ ଯାଇଥିଲେ । ସେଠାରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ ।
ପରେ ଏହି ଘଟଣା କାହାକୁ ନ କହିବା ପାଇଁ ସେ ନାବାଳିକାକୁ ଧମକ ଦେଇଥିଲେ । ଏମିତି କି ଯଦି ସେ ଏନେଇ ଘରେ ଜଣାଏ ତେବେ ତାକୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ତେବେ ନାବାଳିକା ଜଣଙ୍କ ପରିବାର ଲୋକ ଘରକୁ ଆସିବା ପରେ ଏ ବିଷୟରେ କାନ୍ଦି କାନ୍ଦି କହିଥିଲେ । ଏନେଇ ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ ପଡୋଶୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।