ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । କେଉଁଠି ଲୁଟ ତ ଆଉ କେଉଁଠି ହତ୍ୟା । ସେହିଭଳି ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇଛନ୍ତି ଦୁର୍ବୃତ୍ତ ମାନେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ସୁନ୍ଦରପଡା ଅଞ୍ଚଳରେ । କିଛି ଦୁର୍ବୃତ୍ତ ରାତିରେ ବାଇକରେ ଆସି ପେଟ୍ରୋଲ ପମ୍ପରେ ତେଲ ପକାଇଲେ । ଏହା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ତାଙ୍କୁ ଟଙ୍କା ମାଗିବାରୁ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ କର୍ମଚାରୀ ମାନଙ୍କୁ ଡରାଇଲେ ।
ବନ୍ଧୁକ ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ଭୟଭିତ ହୋଇ ସେଠାରୁ ଦୌଡି ପଳାଇଲେ । ବେଶ କିଛି ସମୟ ଧରି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ ମାନେ । ଆଉ ଏହି ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।