ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଞ୍ଜି ବିନିଯୋଗ କରିବା ଲାଗି ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ପ୍ରତିନିଧି ଦଳ ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର , ଇପିକଲର ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ , ୫ଟି ସଚିବ ଭି.କେ ପାଣ୍ଡିଆନ୍ ଏବଂ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସଚିବ ମଧ୍ୟ ଜାପାନ ଯାତ୍ରା କରିଛନ୍ତି ।
ଜାପାନରେ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ ଓଡିଶାର ବ୍ୟବସାୟ ପ୍ରତିନିଧି । ଏହାସହିତ ପୁଞ୍ଜି ନିବେଶ ନେଇ ନିବେଶକଙ୍କ ସହ ବୈଠକରେ ମଧ୍ୟ ଆଲୋଚନା କରିବେ ।