ନୀଳଗିରି ( ଏଟିଆର ବ୍ୟୁରୋ): ସିକ୍ୟୁରିଟି ଗାର୍ଡଙ୍କ ଯୌନାଙ୍ଗ କାଟି ହତ୍ୟା । ଏମିତି ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ନୀଳଗିରି ଜମ୍ଭୁଡିଆ ପଞ୍ଚାୟତ କେସୁରା ଗାଁରେ । ସୂଚନା ଅନୁସାରେ ଉକ୍ତ ଗ୍ରାମର ବିଜୟ କୁମାର ସିଂ ମଣିପୁରମ ଗୋଲ୍ଡ ଲୋନରେ ସିକ୍ୟୁରୁଟି ଗାଡଁ ଭାବେ କାର୍ଯ୍ୟରତ । ଗତକାଲି ବିଜୟଙ୍କ ସ୍ତ୍ରୀ ଘରେ ନଥିଲେ । ସେ ତାଙ୍କ ବାପ ଘରକୁ ଯାଇଥିଲେ । ଏକୁଟିଆ ଘରେ ଶୋଇଥିଲେ ।
ଏହି ସମୟରେ କେହି ଦୁବୃର୍ତ୍ତ ବିଜୟ ଘରେ ଏକୁଟିଆ ରହିଥିବାର ସୁଯୋଗ ନେଇ କେହି ତାଙ୍କୁ ହତ୍ୟା କରିବା ସହିତ ତାଙ୍କ ଯୌନାଙ୍ଗ କାଟି ଦେଇଥିବା ଜଣା ପଡିଛି । ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ।
ତେବେ ପୂର୍ବ ଶତୃତାକୁ ନେଇ କେହି ଲୋକ ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ କରିଥିବା ଅନୁମାନ କରାଯାଉଛି । ତେବେ ପରିବାର ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମଳିନାହିଁ । ବିଜୟଙ୍କ ମୃତ୍ୟୁ ନେଇ ଏବେ ପରିବାରରେ ଶୋକ ଖେଳି ଯାଇଛି । ଯୁବକର ଗଳା କାଟି ହତ୍ୟା କରାଯାଇଛି ।