ବଣାଇ (ଏଟିଆର ବ୍ୟୁରୋ): ବଢି ଚାଳିଛି ଲୁଟେରାଙ୍କ ଉତପାତ୍ । ରାସ୍ତା ମଝିରେ ଗଛ ପକାଇ ଲୁଟିଲେ । ଦୁର୍ବୃତ୍ତମାନେ ଏଭଳି ନିଆରା ଉପାୟ ଆପଣାଇ (ଡିପିସି) କର୍ମୀଙ୍କଠାରୁ ବୋଲେର ସହ ୮୦ ହଜାର ଟଙ୍କା, ମୋବାଇଲ, ଏଟିଏମ୍ କାର୍ଡ ଆଦି ଲୁଟି ନେଇଛନ୍ତି । ଘଟଣାଟି ସୁନ୍ଦରଗଡ ଜିଲ୍ଲା ଚାନ୍ଦପୋଷ ଥାନା ଅନ୍ତର୍ଗତ ତାମଡା ଅଞ୍ଚଳରେ ଘଟିଛି ।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ସୁନ୍ଦରଗଡ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ର କର୍ମଚାରୀମାନେ କାମ ସାରି ରାଉଲକେଲା ଫେରିବା ବାଟରେ ଏହି ଘଟଣା ଘଟିଛି । ଡିସିପିର କର୍ମୀମାନେ ଏକ ବୋଲେରରେ ଯାଉଥିବା ସମୟରେ ତାମଡା ଅଞ୍ଚଳରେ ରାସ୍ତାରେ ଗଛ ପଡିଥିବାରୁ ବୋଲେରଟି ଅଟକି ଯାଇଥିଲା । ତାପରେ ଆରମ୍ଭ ହୋଇଯାଇଥିଲା ଦୁର୍ବୃତ୍ତମାନଙ୍କର ଲୁଟପାଟ୍ । ସେମାନଙ୍କ ପାଖରେ ଥିବା ସମସ୍ତ ଟଙ୍କା ପଇସା, ମୋବାଇଲ ଆଦି ଲୁଟିବା ସହ ଶେଷରେ ବୋଲେର ଧରି ଚମ୍ପଟ ମାରିଥିଲେ ଦୁବୃର୍ତ୍ତ । ଏନଇ ଥାନାରେ ଅଭିଯୋଗ ଆଣିବା ପରେ ପୋଲିସ୍ ଘଟଣାରେ ତଦନ୍ତ ଆରମ୍ଭ କରିଛି ।