ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):୨୦୧୯ ଦିଲ୍ଲୀ ମିସ୍ ଇଣ୍ଡିଆ ମାନ୍ସି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ରାଜେନ୍ଦ୍ର ନଗର ବିଧାୟକ ରାଘବ ଚଡ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।ମାନସୀ ଜଣେ ପ୍ରଶିକ୍ଷିତ ଇଞ୍ଜିନିୟର।
ମାନ୍ସି ଦିଲ୍ଲୀ ପ୍ରତିଯୋଗିତାରେ ନିଜର ପରିଚୟ ଦେଇ କହିଥିଲେ ସେ ଜଣେ ପରୋପକାରୀ ଓ ଅଙ୍ଗଦାନରେ ତାଙ୍କର ରୁଚି ବୋଲି ସେ କହିଛନ୍ତି । ପୁର୍ବରୁ ଏହି ଦଳରେ ଆଉ ଜଣେ ଗ୍ଲାମରସ୍ ନେତ୍ରୀ ଅଳକା ଲାମ୍ବା ଥିବାବେଳେ ଅନେକ ସମୟରେ ସେ ଚର୍ଚ୍ଚାକୁ ଆସୁଥିଲେ । କିନ୍ତୁ ଏବେ ସେ ଦଳ ପାଇଁ କିଛି ଲାଭ ଆଣିପାରିବେ ବୋଲି ଆଲୋଚନା ହୋଇଛି ।
ରାଜନୀତିରେ ସେ ଯୁବକମାନଙ୍କୁ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆହ୍ୱାନ ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳରେ ଯୋଗ ଦେଇ ମାନ୍ସି କହିଛନ୍ତି ଯେ କୈାଣସି ରାଷ୍ଟ୍ର ସମୃଦ୍ଧି ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ଦୁଇଟି କ୍ଷେତ୍ରରେ ନିହାତି ଦରକାର ।