ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀ ମାନଙ୍କୁ ବଡ ଭେଟି ଦେଇଛନ୍ତି । ମହୀଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରାଯିବ ବୋଲି ନବୀନ ଘୋଷଣ କରିଛନ୍ତି । ଦୁର୍ଗମ ଅଞ୍ଚଳରେ ଥିବା ୧୨୫ଟି ସ୍ଥାନର ଗୋଷ୍ଠୀ ସାଧନ ପରାମର୍ଶ ଓ ଚିକିତ୍ସା ଆରମ୍ଭ କରାଯାଇଛି । ଏହି କେନ୍ଦ୍ର ମାନଙ୍କରେ ୧୫ ରୁ ୧୯ ବର୍ଷର ଯୁବତୀ ମାନଙ୍କୁ ଗୋଷ୍ଠି ସାଧନ ପରାମର୍ଶ ଓ ଚିକିତ୍ସା ର ସୁବିଧା ଯୋଗାଇ ଦିଆଯିବ ।
ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପ୍ରତି ଜିଲ୍ଲାରେ ଭଲ କାମ କରୁଥିବା ଜଣେ ଅଙ୍ଗନୱାଡି କର୍ମୀ, ମା ମାଉଡି ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ସଶକ୍ତିକରଣ ଓ ସୁରକ୍ଷା ଦିଗରେ କାମ କରିଥିବା ଜିଲ୍ଲା ମୟୁରଭଞ୍ଜ, ଢେଙ୍କାନାଳ, ଗଜପତି ଏବଂ ଋଣ ଦେଇ ମହିଳାଙ୍କୁ ସହାୟତା କରିଥିବା ଏସବିଆଇ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କକୁ ପୁରସ୍କୃତ କରିଛନ୍ତି।